ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନିୟମର ଖୋଲାେଖାଲି ଉଲଂଘନ ଅଭିଯୋଗ, ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯରେ ଦାବୀ ପତ୍ର ଦେଲେ ଆଞ୍ଚଳିକ ଯାଦବ ସମିତି।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମରଲିୟା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କଳାହାଣ୍ଡି)- ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଦବୀ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ସମସ୍ତ ୩୬ ଗୋଟି ଜିଲ୍ଲା ପରିଷଦ ଜୋନ୍ ରେ ଗୋଟିଏ ହେଲେ ଆସନ ଓବିସିଙ୍କ ନିମନ୍ତେ ଆସନ ସଂରକ୍ଷିତ ନ ଥିବା ଜିଲ୍ଲାବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସମୁଦାୟ ୩୬ ଗୋଟି ଜୋନ୍ ରୁ ଏସ୍ ସି- ୭,ଏସ୍ ଟି-୧୧ ଓ ସାଧାରଣ ବର୍ଗ-୧୮ଟି ସଂରକ୍ଷିତ ଥିବା ବେଳେ ଓବିସି ଙ୍କ ପାଇଁ ଏଥର ଗୋଟିଏ ହେଲେ ଆସନ ନାହିଁ। ସେହିପରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ଓ ଥୁ.ରାମପୁର ବ୍ଳକରେ ଯଥାକ୍ରମେ ଜନସଂଖ୍ୟାର ୨୮% ଓ ୨୪% ଅନୁସୂଚୀତ ଜାତି ବସବାସ କରୁଥିବା ବେଳେ ଗୋଟିଏ ହେଲେ ସରପଞ୍ଚ ପଦବୀ ତାଙ୍କ ଭାଗରେ ପଡ଼ିନାହିଁ। ଆହୁରି ବିଡ଼ମ୍ବନାର ବିଷୟ ହେଉଛି ଯେ ଜିଲ୍ଲାର ୧୩ ଗୋଟି ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ମଧ୍ୟ ଗୋଟିଏ ଓବିସିଙ୍କ ପାଇଁ ଆସନ ସଂରକ୍ଷିତ ନାହିଁ। ଯାହାକୁ ନେଇ ଜିଲ୍ଲାର ଏକ ବହୁସଂଖ୍ୟକ ବର୍ଗ ନିଜ ସାମ୍ବିଧାନିକ ଅଧିକାର ରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଆଜି ସଦର ବ୍ଲକ ଅନ୍ତର୍ଗତ କୁଟୃଖମାର ପଞ୍ଚାୟତ ର ଆଞ୍ଚଳିକ ଯାଦବ ସମିତି ଧାରଣାରେ ବସି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଓବିସି ବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି।ଏହି ଧାରଣା ରେ ଆଞ୍ଚଳିକ ଯାଦବ ସମିତି ସଭାପତି କରୁଣାକର ଚଣ୍ଡୀ, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ରାଜ୍ଯ ସଭାପତି ଜଗଦୀଶ ଯାଦବଙ୍କ ସମେତ ତୁଳମଣି ନାଗ, ଆଦିତ୍ୟ ହଂସ ଯାଦବ, ଗଣେଶ ରାଉତ, ସୁବାସ ଚନ୍ଦ୍ର ପ୍ରଧାନ, ବନମାଳୀ ନାୟକ, ଲୋକନାଥ ରାଉତ, ଦୁଷ୍ମନ୍ତ ଗହୀର, ଦେବାନନ୍ଦ ତାଣ୍ଡି,ବେଣୁଧର ରାଉତ, ରବିନ୍ଦ୍ର ରାଉତ, ସୁରେଶ ଚନ୍ଦନ, ମନମୋହନ ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ। ଗୋଟିଏ ପଟେ ସରକାର ଓବିସି ଙ୍କୁ ୨୭% ଆରକ୍ଷଣ ପାଇଁ ପ୍ରତିଶ୍ରୁତି ଦେଉଥିବା ବେଳେ ଆରପଟେ ସାମ୍ବିଧାନିକ ଅଧିକାର ରୁ ବଞ୍ଚିତ କରିବା କେତେ ଦୂର ଯଥାର୍ଥ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଆଗାମୀ ଦିନରେ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଜିଲ୍ଲାବାସୀ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *