!!! ଗଞ୍ଜାମ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା)- ଇଣ୍ଡିଆ ବୁକ ଅଫ ରେକର୍ଡ଼-୨୦୨୧ରେ ସ୍ଥାନ ପାଇଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଶାଙ୍କୁଡା ଗ୍ରାମର ନୀଳାଦ୍ରି ବିହାରୀ ପ୍ରସାଦ ନନ୍ଦ ଓ ମିନତୀ ରାଣୀ ଦାଶଙ୍କ ୫ ବର୍ଷ ୭ ମାସର ଝିଅ ସୁମେଧା ନନ୍ଦ। ‘ପିଆନୋ’ ରେ ଅନବରତ ଭାବେ ୧୭ଟି ଗୀତର ଧୁନ ବଜାଇ ଗୀତ ଗାଇବା ସହ ୩ ମିନିଟରେ ନିର୍ଭୁଲ ଭାବେ ୨୦ ଟି ଇଂରାଜୀ ଶବ୍ଦ ଲେଖିବା, ନିର୍ଭୁଲ ଭାବେ ଇଂରାଜୀ ଖବର କାଗଜ ପଢିବା ଓ ‘୫୦ ପ୍ରିନ୍ସ ଷ୍ଟୋରି’ ପୁସ୍ତକର ୧୦ ପୃଷ୍ଠା ନିର୍ଭୁଲ ଭାବେ ପଢି ଏହି ବିରଳ ବ୍ୟକ୍ତିତ୍ୱର ଅଧିକାରୀ ହୋଇଛନ୍ତି ସୁମେଧା। ପିଲା ବେଳୁ ପଢା ଓ ସଙ୍ଗୀତ ତଥା ଇଂରାଜୀ ପାଠ ପଢିବା ପ୍ରତି ରୁଚି ରଖି ଥିବା ଏହି ଝିଅ ସୁମେଧା ଆଜି ଏହି ଅଂଚଳ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ ତରଫରୁ ତାଙ୍କୁ ମାନପତ୍ର ଓ ପୁରସ୍କାର ଦିଆଯାଇ ସମ୍ମାନିତ କରାଯାଇଛି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି।

LEAVE A REPLY

Please enter your comment!
Please enter your name here