ହିଣ୍ଡାଲ୍କୋ ରିଫାଇନେରି ୟୁନିଟ୍ ପାଇଁ ଜନଶୁଣାଣି…!
!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ା ଜିଲ୍ଲା କାଶୀପୁର ରେ ଥିବା କଂସାରିଗୁଡ଼ାରେ ହିଣ୍ଡାଲକୋ ରିଫାଇନେରି ୟୁନିଟ୍ ପ୍ରତିଷ୍ଠା ପାଇଁ ଆଜି ୧୧ଟାରେ ପୋଡାପାଡି ଗ୍ରାମର ଉତ୍କଳମଣି ଗୋପବନ୍ଧୁ ହାଇସ୍କୁଲରେ ଜନଶୁଣାଣି ହେବ।ଏଥି ପାଇଁ ସକାଳ ୬ଟା ସୁଦ୍ଧା ଆଉ ୧୨ଟି ସ୍ଥାନରେ ଚେକ୍ ପୋଷ୍ଟ୍ କରାଯାଇ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି ରାୟଗଡ଼ା ଏସ.ପି ବିବେକାନନ୍ଦ ଶର୍ମା। ବିଶୃଙ୍ଖଳା ସୃଷ୍ଟି ନ କରିବା ପାଇଁ ମାଜିଷ୍ଟ୍ରେଟଙ୍କ ଜରିଆରେ ପୁଲିସ୍ ୨୦ ଜଣଙ୍କୁ ୧୦୭ ସି.ଆର୍.ପି ନୋଟିସ୍ ଜାରି କରିଛି।

ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର,ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ବରିଷ୍ଠ ଅଧିକାରୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ,ରାୟଗଡ଼ା ଉପଜିଲ୍ଲାପାଳ ଏବଂ ହିଣ୍ଡାଲକୋ କମ୍ପାନିର ଉଚ୍ଚ ଅଧିକାରୀ ଜନଶୁଣାଣିରେ ଉପସ୍ଥିତ ରହି ଲୋକଙ୍କ ପକ୍ଷ ଶୁଣିବେ । ଜନଶୁଣାଣି ସ୍ଥଳରେ ଅସ୍ଥାୟୀ ପୁଲିସ୍ ପୋଷ୍ଟ୍ ସହ ୨ ଜଣ ଅତିରିକ୍ତ ଏସ୍.ପି,୫ ଜଣ ଡି.ଏସ୍.ପି,୮ଜଣ ଆଇ.ଆଇ.ସି, ୧୭ ଏ.ସ୍.ଆଇ,୧୯ ଜଣ ଏ.ଏସ୍.ଆଇଙ୍କ ସମେତ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି।ଏଥି ସହିତ ଜନଶୁଣାଣି କାର୍ଯ୍ୟକ୍ରମର ସଂପୂର୍ଣ୍ଣ ଭିଡିଓ ରେକଡିଂ ବ୍ୟବସ୍ଥା କରାଯାଇଛି।କଂସାରିଗୁଡ଼ାରେ ବାର୍ଷିକ ୩ ମିଲିୟନ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ରିଫାଇନେରି ୟୁନିଟ୍ ଓ ୧୫୦ ମେଗାୱାଟ୍ ବିଶିଷ୍ଟ ନିଜସ୍ବ ପାୱାର ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ଲୋକଙ୍କ ମତାମତ ସଂଗ୍ରହ ହେବ।

