!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ା ଜିଲ୍ଲା କାଶୀପୁର ଠାରେ ଦୀର୍ଘ ୨୩ ବର୍ଷ ପୂରଣ ହେବାକୁ ଯାଉଛି ବିସ୍ଥାପିତଙ୍କ ଦୁଇ ଦଶନ୍ଧିର ସ୍ୱପ୍ନ।କଂସାରିଗୁଡ଼ାରେ ହେବ ଦ୍ୱିତୀୟ ରିଫାଇନାରୀ ୟୁନିଟ।ଜନ ଶୁଣାଣିରେ ଅଞ୍ଚଳବାସୀଙ୍କ ପୂର୍ଣ ସମର୍ଥନ ପରେ ଦ୍ଵିତୀୟ ପ୍ରକଳ୍ପ ପାଇଁ ରାସ୍ତା ଖୋଲିଛି।ବିଂଶ ଶତାବ୍ଦୀରେ ପ୍ରଥମ ଥର ପାଇଁ ନିର୍ବିବାଦୀୟ ଭାବେ କମ୍ପାନି ପ୍ରତିଷ୍ଠା ଲାଗି ଜନ ଶୁଣାଣିକୁ ଏପରି ସମର୍ଥନ ମିଳିଛି।କମ୍ପାନି କାର୍ଯ୍ୟକ୍ଷମ ହେଲେ କାଶୀପୁର ବ୍ଲକ ସମେତ ରାୟଗଡ଼ା ଜିଲ୍ଲାର ସାମାଜିକ ଅର୍ଥନୈତିକ ବିକାଶରେ ପରିବର୍ତ୍ତନ ଆସିବ ବୋଲି ମତ ପ୍ରକାଶ ପାଇଛି।ହିଣ୍ଡାଲକୋ ପକ୍ଷରୁ କଂସାରିଗୁଡ଼ାରେ ପ୍ରକଳ୍ପ ନିର୍ମାଣ ପାଇଁ ଆଜି ପୋଡପାଡ଼ି ଉତ୍କଳମଣି ଗୋପବନ୍ଧୁ ହାଇସ୍କୁଲରେ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା।ବିସ୍ଥାପିତ ଜନ ଶୁଣାଣିକୁ ସମର୍ଥନ କରିବା ପରେ ଖଣି ଚୁକ୍ତି ହେବାର ଗୋଟିଏ ମାସ ମଧ୍ୟରେ କାରଖାନା ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେବ କରାଯିବ ବୋଲି ହିଣ୍ଡାଲ୍ କୋର ବରିଷ୍ଠ ନିର୍ଦେଶକ ସୂର୍ଯ୍ୟକାନ୍ତ ମିଶ୍ର ସୂଚନା ଦେଇଛନ୍ତି।କମ୍ପାନି ନିର୍ମାଣରେ ୧୧ ହଜାର କୋଟି ଟଙ୍କା ପର୍ଯ୍ୟାୟକ୍ରମେ ଖର୍ଚ୍ଚ ହେବ।ନିର୍ମାଣ ସମୟରେ ୮୧୫୦ ଏବଂ ପରିଚାଳନା ସମୟରେ ୪୭୫୦ ଜଣଙ୍କୁ ନିଯୁକ୍ତି ମିଳିବ।ଜନ ଶୁଣାଣିରେ ଉପସ୍ଥିତ ସ୍ଥାନୀୟ ଲୋକ,ପ୍ରଭାବିତ ଓ ଜମିହରା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ,ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର ଓ କାରଖାନା କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ସପକ୍ଷରେ ମତ ରଖିଥିଲେ।କେବଳ ଜଣେ ବିରୋଧରେ ମତ ରଖିଥିଲେ।ଶୁଣାଣୀର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିଡିଓ ରେକର୍ଡିଂ କରାଯାଇଥିଲା।
ଜମିହରା କାରଖାନାକୁ କେବେ ହେଲେ ବିରୋଧ କରିନଥିବା ବେଳେ କାରଖାନା ପ୍ରତିଷ୍ଠା ହେଲେ ଅଞ୍ଚଳର ବିକାଶ ହେବା ସହ ନିଯୁକ୍ତି,ଶିକ୍ଷା,ସ୍ବାସ୍ଥ୍ୟ ଓ ଗମନାଗମନର ରୂପରେଖ ବଦଳିବ ବୋଲି କହିଥିଲେ।ପାଇଁ ଲୋକେ ପ୍ରସ୍ତାବ ଦେଇଥିଲେ।ପ୍ରଭାବିତ କଂସାରୀଗୁଡା ଓ ପୋଡାପାଡି ଗ୍ରାମ ପଞ୍ଚାୟତ ସମେତ ସମସ୍ତ ପଞ୍ଚାୟତ ମୁଖ୍ୟାଳୟରେ ହାଇସ୍କୁଲ,ସ୍ବାସ୍ଥ୍ୟ କେନ୍ଦ୍ର ଓ ଅଞ୍ଚଳର ବିକାଶ ପାଇଁ କାରଖାନା କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ପ୍ରଭାବିତ ପ୍ରସ୍ତାବ ରଖିଥିଲେ।ଲୋକଙ୍କ ସମସ୍ୟାକୁ ଜନଶୁଣାଣୀରେ ଗୁରୁତର ସହ ବିଚାର କରି ହିଣ୍ଡାଲକୁ ସମସ୍ତ ପ୍ରକାର କାର୍ଯ୍ୟ ହାତକୁ ନେବ ବୋଲି ହିଣ୍ଡାଲକୋର ବରିଷ୍ଠ ନିର୍ଦେଶକ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ।ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟତଃ କଞ୍ଚାମାଲ୍ ଭାବେ ୯.୩ ମିଲିୟନ୍ ଟନ୍ ବକ୍ସାଇଟ,୨ ଲକ୍ଷ ୪ ହଜାର ଟନ କଷ୍ଟିକ ସୋଡା,୯୦ ହଜାର ଟନ୍ ଚୂନ,୧୩୫୦ ଟନ୍ ସିନ୍ଥୋଟିକ୍ ଫ୍ଲୋକୁଲାଣ୍ଟ ଓ ବାର୍ଷିକ ୨ ଲକ୍ଷ ୧୩ ହଜାର ଟନ୍ କୋଇଲାର ଆବଶ୍ୟକତା ପଡୁଥିବା ବେଳେ କୋଡିଙ୍ଗାମାଳି ଖଣି ସହ ଅନ୍ୟ ଖଣିରୁ ବକ୍ସାଇଡ୍ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରାଯିବ ବୋଲି କୁହାଯାଇଛି।ସେହିପରି ନିର୍ମାଣ ସମୟରେ ପାଣି ପାଇଁ ୧୬ ଦୂର କଣ୍ଟିଗୁଡା ନଦୀରୁ ପାଇପ ଲାଇନ କରି ପାଣି ଅଣାଯିବ।ଜନ ଶୁଣାଣୀ ବେଳେ କାରଖାନା କର୍ତ୍ତୃପକ୍ଷ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ୧୫ ବର୍ଷ ଧରି ଜମି ହରାଇଥିବା ଏକାଧିକ ଲୋକେ ଖୁସିରେ କାନ୍ଦି ପକାଇଥିଲେ।ପ୍ରକାଶ ଥାଉ କି ୨୦୦୩ ମସିହାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କଂସାରୀଗୁଡାରେ ହିଣ୍ଡାଲକୋ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପରିକଳ୍ପନା କରିଥିଲେ।ଆଉ ସରକାରଙ୍କ ସହ ଏମ୍ଓୟୁ ସ୍ବାକ୍ଷର ହେବା ପରେ ୨୦୦୪-୦୫ ମସିହାରେ କଂସାରୀଗୁଡାରେ କମ୍ପାନୀ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା।ଶେଷରେ କଂସାରୀଗୁଡା,ଫୁଲଜବା, କାରାପଦର,ପୁହୁଣ୍ଡି,କାଣ୍ଡିସିଲ୍ ଓ ପୋଡାପାଡି ପରି ପ୍ରାୟ ୧୬ ଖଣ୍ଡ ଗ୍ରାମର ପ୍ରାୟ ୧୨ଶହ ଲୋକଙ୍କ ଜମି ସହ ପାଖାପାଖି ୧୮୮୬.୨୨ ଏକର ଜମିକୁ ଇଡକୋ ଜରିଆରେ ଅଧିଗ୍ରହଣ କରାଯାଇଥିଲା।ଜମିହରାଙ୍କୁ କ୍ଷତିପୂରଣ ବାବଦକୁ ଏକ ପିଛା ୩ ଲକ୍ଷ ୪୪ ହଜାର ଟଙ୍କା ପ୍ରଦାନ କରାଯାଇଛି।ଯେଉଁଥିଲେ ରାୟଗଡା ଜିଲ୍ଲାର ୪୭.୫୬ ଏକର ସରକାରୀ, ୯୨୦.୨୧ ଏକର ବେସରକାରୀ ଜମି ରହିଛି।ଗୁଇନ୍ଦା ରିପୋର୍ଟକୁ ଆଧାର କରି କଂସାରୀଗୁଡା ଓ ପୋଡାପଡି ଅଞ୍ଚଳରେ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତ୍ତୟନ କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସମସ୍ତ ଦାୟିତ୍ବ ନେଇଥିଲେ।