!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ବେଗୁନିଆପଡା)- କୋଦଳା ସ୍ଥିତ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜୁନିଅର ରେଡ଼ କ୍ରସ ସୋସାଇଟି ପକ୍ଷରୁ ଏକ ସ୍ବେଚ୍ଛାସେବୀ ତାଲିମ ଶିବିର ଉଦଘାଟିତହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ପ୍ରଫୁଲ୍ଲ କୁମାର ରଥ ଉଦଘାଟନ କରିଥିବା ବେଳେ ମହାବିଦ୍ୟାଳୟର ଅଧକ୍ଷ ଡଃ. ପଦ୍ମ ଚରଣ ପାଢ଼ୀ ଅଧକ୍ଷତା କରିଥିଲେ। ଅତିଥି ଭାବେ ଖଲ୍ଲିକୋଟ ଆର ସି ଏମ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଟି ଅକ୍ଷୟ କୁମାର, କୋଦଳା ମହାବିଦ୍ୟାଳୟର ଅଧ୍ୟାପକ ସାଗର ଚାନ୍ଦ ପାତ୍ର,ଡଃ ବିଷ୍ଣୁ ନାରାୟଣ ସେଠୀ,ବିନୋଦ କୁମାର ମିଶ୍ର, ଶିକ୍ଷକ ଦେବେନ୍ଦ୍ର କୁମାର ମହାରଣା,କୋଦଳା +୨ ମହାବିଦ୍ୟାଳୟର ଅଧ୍ୟାପକ ସାସ।ଲିପି ନାୟକ, ରଘୁନାଥ ମୁଦୁଲି ପ୍ରମୁଖ ଯୋଗଦେଇ ରେଡ଼କ୍ରସର ଉପାଦେୟତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ବିଷ୍ଣୁ ନାରାୟଣ ସେଠୀ ଙ୍କ ଦ୍ଵାରା ଲିଖିତ ୨ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ଅଧ୍ୟାପକ ଡଃ ବିଷ୍ଣୁ ନାରାୟଣ ସେଠୀ ପରିଚାଳନା କରିଥିବା ବେଳେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏହି ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇଥିଲେ। ଏହି ତାଲିମ ୩ ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଛି।