!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିଷରରେ ଏକ ତରଳ ଅମ୍ଳଜାନ ଗ୍ୟାସରୁ ସୁରକ୍ଷା ପାଇବା ସଂପର୍କିତ ମକଡ୍ରିଲ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମଟିକୁ ଇମ୍ଫାର ଉପ-ସଭାପତି ନିର୍ମାଣ ଶ୍ରୀ କେ.ଭି. ରାଓ ଙ୍କ ପ୍ରତେକ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାୟଗଡା ସ୍ଥିତ କାରଖାନା ଓ ବାଷ୍ପୀୟ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ସ୍ୱରୂପ କୁମାର ଜେନା,ସହ ନିର୍ଦ୍ଦେଶକ ଶ୍ରୀ ରଞୀିତ କୁମାର ନାଏକ,ଜିଲ୍ଲା ଅଗ୍ନିସମ ଅଧିକାରୀ ଶ୍ରୀ ସଂଗ୍ରାମ ହାଂସଦା, ଥେରୁବାଲି ଫାଣ୍ଡିର ସହକାରୀ ସବ୍-ଇନିସ୍ପେକ୍ଟର ଶ୍ରୀ ଜଗନ୍ନାଥ ବେହେରା,ସ୍ଥାନିୟ ଜେ.କେ.କାଗଜ କଳର ସୁରକ୍ଷା ବିଭାଗର ପରିଚାଳ ଶ୍ରୀ ରାମରଞୀନ ବିଶ୍ବାଳ,ଇମ୍ଫା ସୁରକ୍ଷା ବିଭାଗର ବରିଷ୍ଠ ପରିଚାଳକ ଶ୍ରୀ ରାମକୃଷ୍ଣ ତ୍ରିପାଠୀ,ପ୍ରୋଜେକ୍ଟର ମଧ୍ୟମରେ ତରଳ ଅମ୍ଳଜାନ କ୍ଷରଣର ଦୁର୍ଘଟଣା ଏଡାଇବା ପାଇଁ ଇମ୍ଫାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୁଝାଇଥିଲେ।ଜରୁରୀ କାଳିନ ପରିସ୍ଥିତିରେ କର୍ମଚାରୀ ମାନେ କିପରି ସତର୍କ ରହିବେ ଏବଂ ତରଳ ଅମ୍ଳଜାନ କ୍ଷରଣ ଜନିତ ଦୁର୍ଘଟଣାରୁ ରକ୍ଷା ପାଇବା କୌଷଳକୁ ଇମ୍ଫା କର୍ମଚାରୀ ମାନେ ମକ୍ ଡ୍ରିଲ ମାଧ୍ୟ୍ୟମରେ ପ୍ରଦର୍ଶିତ କରିଥିଲେ।
ଏହାକୁ ଉପସ୍ଥିତ ଅତିଥି ବୃନ୍ଦ ଇମ୍ଫା କର୍ମଚାରୀଙ୍କୁ ଉଚ୍ଚପ୍ରଶଂସା କରିଥିଲେ।ଏହି ଅବସରରେ ଇମ୍ଫାର ଉପ-ସଭାପତି ନିର୍ମାଣ ଶ୍ରୀ କେ.ଭି. ରାଓ ଯେ କୌଣସି ଦୁର୍ଘଟଣାକୁ ଏଡାଇବା ପାଇଁ କାରଖାନା ତରଫରୁ ସମସ୍ତ ପ୍ରକାର କୌଷଳ ପ୍ରୟୋଗ କରାଯାଉଥିବା ପ୍ରକାଶ କରିଥିଲେ।ସମସ୍ତ ଟିମର ଲିଡର ମାନେ ଆୟୋଜନ ହୋଇଥିବା ମକ୍ ଡ୍ରିଲ୍ ରେ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଅତିଥି ମାନଙ୍କୁ ବୁଝାଇଥିଲେ।ଆୟୋଜନ ହୋଇଥିବା ମକ୍ ଡ୍ରିଲ୍ ପରିଚାଳନା ଠିକ୍ ଭାବରେ,ଠିକ୍ ସମୟରେ ହୋଇ ଥିବାରୁ ଉପସ୍ଥିତ ଅତିଥି ବୃନ୍ଦ ଭୃୟଂଶି ପ୍ରସଂଶା କରିଥିଲେ।ଏହି କାର୍ଯ୍ୟ କ୍ରମରେ ଥେରୁବାଲି ଇମ୍ଫାର ମୁଖ୍ୟ ଶ୍ରୀ କେ.ଭି. ରାଓ ଉପସ୍ଥିତ ଅତିଥି ମାନଙ୍କର ମାର୍ଗ ଦର୍ଶନକୁ ମାନି କାମକଲେ ସମସ୍ତେ ସୁରକ୍ଷୀତ ହୋଇ ହସ ଖୁସିରେ ଜିବନ ଯାପନ କରିବା ସହ ଧନ ଜିବନ ନଷ୍ଟ ହେବାରୁ ବଞ୍ଚାଇ ପାରିବା ବୋଲି କହିଥିଲେ।ଶେଷରେ ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ଉପ ମହାପ୍ରବନ୍ଧକ ଶ୍ରୀ କଲୋଲ କୁମାର ନାୟକ ଉପସ୍ଥିତ ଥିବା ଅତିଥି ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।