!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ପଦ୍ମପୁର)- ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତ୍ରିଦିବସୀୟ ପରିଚାଳନା କମିଟି ତାଲିମ ଶିବିର ଉଦଯାପିତ ହୋଇ ଯାଇଛି l ଗୁଣାତ୍ମକ ଶିକ୍ଷା ର ମାନ ବୃଦ୍ଧି , ଶିଶୁ ଶିକ୍ଷା ଅଧିକାର, ଗୋଷ୍ଠି ସମ୍ପୃକ୍ତି ସହ ବିଦ୍ୟାଳୟ ର ଉନ୍ନତିକରଣ ଏହି ତାଲିମ ଶିବିରର ମୁଖ୍ୟ ଉଦେଶ୍ୟ l ତାଲିମ ର ପ୍ରଥମ ଦିବସରେ ଷ୍ଟାଣ୍ଡିଙ୍ଗ କମିଟି ସଭାପତି ତଥା ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ବରିହା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶିବିର ର ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ରୂପେ ଯୁବ ଶିକ୍ଷକ ଅଜିତ ବାରିକ ଯୋଗଦାନ କରି ବିଦ୍ୟାଳୟ ର ଉନ୍ନତି ରେ କମିଟି ର ଭୁମିକା ଓ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇ ଥିଲେ l
ଦ୍ଵିତୀୟ ଦିବସ ତାଲିମ ରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ମରିଅମ କୁଲୁ, ସତ୍ୟ ଭୂଷଣସାହୁ ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ, ଶ୍ରୀମତୀ କବିତାଞ୍ଜଳି ଦାସ ମହିଳା ସ୍ୱାସ୍ଥ୍ୟ କର୍ମୀ ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର, ତୋଫାନ ଚରଣ ମହନ୍ତ କୁଷ୍ଠ ବ୍ୟାଧି ନିରୂପଣ କର୍ମଚାରୀ ଗଣ ଯୋଗଦାନ କରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ l ହାତଧୁଆ, କୁଷ୍ଠ ବ୍ୟାଧି,ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ବିଜୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ,କୃମିନାଶକ, ଲୌହ ବଟିକା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ସି.ଆର.ସି.ସି ଶ୍ରୀମାନ ନାରାୟଣ ମେହେର, ସମ୍ମାନିତ ଅତିଥି ଭାବେ ଶ୍ରୀମାନ ସ୍ୱର୍ଗ ବାରିକ, ଭଦ୍ର ବ୍ୟକ୍ତି, ଶ୍ରୀମାନ ନିରଞ୍ଜନ ତ୍ରିପାଠୀ, (ବରିଷ୍ଠ ସାମ୍ବାଦିକ) ଓ ମିସ୍ ଦୀପା ବାରିକ( ସମାଜସେବୀ ତଥା ଟ୍ୱିଟର କୁଇନ) ଯୋଗଦାନ କରି ଶିକ୍ଷା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l ଅଭିଭାବକ ଗଣ ସଚେତନ ହୋଇ ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସହଯୋଗ କରିବା ସହ ଶିଶୁ ଅଧିକାର,କନ୍ୟା ରତ୍ନ କୁ ହେଲା ନ କରି ପାଠ ପଢେଇବା ପାଇଁ ତିଳେ ବି କୁଣ୍ଠାବୋଧ କରିବ ନାହିଁ ବୋଲି ବରିଷ୍ଠ ସାମ୍ବାଦିକ ଶ୍ରୀମାନ ନିରଞ୍ଜନ ତ୍ରିପାଠୀ ମହୋଦୟ ସମସ୍ତଙ୍କୁ ଆହ୍ୱାନ କରିଥିଲେ l
ଆଜିର ଦିବସରେ ଟ୍ୱିଟର କୁଇନ ଦିପା ବାରିକ ବିଦ୍ୟାଳୟ ର ସମସ୍ତ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ସହଯୋଗ ର ହାତ ବଢ଼େଇ ଉନ୍ନତି କରିବା ରେ ସହଯୋଗ କରିବା ବୋଲି ମତବ୍ୟକ୍ତ କରିଥିଲେ l ଏପରିକି ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଅନେକ ସହାୟତା କରିପାରିବେ ଆର୍ଥିକ, ଶାରୀରିକ ଓ ସାମଗ୍ରିକ ସହଯୋଗ କରିପାରିବେ ବୋଲି କହିଥିଲେ l ଏହି ଅବସରରେ ବିଦ୍ୟାଳୟ ତରଫରୁ ବରିଷ୍ଠ ସାମ୍ବାଦିକ ଶ୍ରୀମାନ ନିରଞ୍ଜନ ତ୍ରିପାଠୀ ଓ ଟ୍ୱିଟର କୁଇନ ଦୀପା ବାରିକ ଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ତିନି ଦିନିଆ ତାଲିମ ଶିବିର କୁ ସାଧନ କର୍ମୀ ଭାବେ ନିରାକାର ପ୍ରଧାନ ଓ କୃଷ୍ଣଚନ୍ଦ୍ର ସାହୁ ପରିଚାଳନା କରିଥିଲେ l ପ୍ରତ୍ୟେକ ଦିବସ କାର୍ଯ୍ୟକ୍ରମ ରେ ବୁକୁରାମୁଣ୍ଡା ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ ପ୍ରଧାନ ସେବକ ପ୍ରଦୀପ କୁମାର ମହାନ୍ତି ସହଯୋଗ କରିଥିବା ବେଳେ ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରାକାର ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ତାଲିମ ଶିବିର ଟି ସଫଳ ରୂପେ ଉଦଯାପିତ ହୋଇଯାଇଛି l