Site icon Ethara Sambhala

ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ଭାରତ ବନ୍ଦ ଡାକରା ସଫଳ ….!

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ସହିଦ୍ ଭଗତ ସିଂହ ଙ୍କ ଜନ୍ମ ତିଥି ଅବସରରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ଵାନ କ୍ରମେ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଅଖିଳ ଭାରତୀୟ କୃଷକ ମହାସଭା ଏବଂ ଏ.ଆଇ.ସି.ଟି.ୟୁ , ଏ.ଆଇ.ପି.ଡବ୍ଲ୍ୟୁ.ଏ , ସିପିଆଇ.ଏମ୍.ଏଲ୍ ଲିବରେସନ, ଏ.ଆଇ.ଏ.ଆର.ଏଲ୍.ଏ ପକ୍ଷରୁ ମିଳିତ ଭାବେ ଗୁଣପୁର ଠାରେ କମ୍ରେଡ଼ ତିରୁପତି ଗମାଙ୍ଗ ଙ୍କ ନେତୃତ୍ବରେ ବନ୍ଦ ଡାକରା ଦିଆଯାଇଛି। ଏହି ଅବସରରେ ଗୁଣପୁର ନୂତନ ବସଷ୍ଟାଣ୍ଡ ଠାରୁ ମଶାଲ ଶୋଭାଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା କରିଥିଲେ।

ଆନ୍ଦୋଳନ କାରୀ ମାନେ ଗୁଣପୁର ଏସ୍. ପି ଗୁଡ଼ା ଓ ବାଇପାସ୍ ଛକ ଠାରେ ଟାୟାର୍ ଜାଳି ରାସ୍ତା ଉପରେ ବସି କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ୍ ଦେଇ ରାସ୍ତା ଅବରୋଧ କରିଥିଲେ। ବିକ୍ଷୋଭ କାରୀ ଙ୍କ ପକ୍ଷରୁ ୨୦ ଦଫା ସମ୍ବଳିତ ଦାବୀ ସମୂହ ଉପସ୍ଥାପନ କରାଯାଇଛି। ଏଥିରେ ସେମାନେ ୩ ଟି କୃଷି ଅଧ୍ୟାଦେଶ ବିଲ ଓ ୪ ଟି ଶ୍ରମ ଆଇନ କୁ ବାତିଲ କରିବା ନିମନ୍ତେ ଦାବୀ ଉପସ୍ଥାପନ କରିଛନ୍ତି। ଗୁଣପୁର ଠାରେ ବନ୍ଦ ଡାକରା ସମ୍ପୂଣ୍ଣ ସଫଳ ହୋଇଛି। ଏହାର ପ୍ରଭାବ ରେ ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହି ବିକ୍ଷୋଭ ରେ ସ୍ଥାନୀୟ ଅଞ୍ଚଳ ର ବହୁ ସଂଖ୍ୟକ କୃଷକ ଓ ଶ୍ରମଜୀବୀ ସାମିଲ ହୋଇଥିଲେ।

Exit mobile version