!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ଗୁଣପୁର)- ବଙ୍ଗପୋସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ସମ୍ବାବ୍ୟ ବାତ୍ୟା ଓ ବନ୍ୟା, ପାହାଡ଼ରୁ ମାଟି ଅତଡା ଖସିବା ଆଶଙ୍କl କରି ଏହାର ମୁକାବିଲା କରିବାକୁ ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଆଜି ଏକ ଜରୁରୀ ବୈଠକ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ସଦଭାବନା ସଭା ଗୃହରେ ସନ୍ଧ୍ୟା ୪ଘଣ୍ଟା ସମୟରେ ବୈଠକ ଡାକିଥିଲେ l ଗୁଣପୁର ଓ ରମନଗୁଡ। ବିଡିଓ ଓ ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଏହି ବୈଠକ ରେ ଉପସ୍ଥିତ ଥିଲେ l ପାଣିପାଗ ବିଭାଗର ସୂତ୍ରରୁ ଓଡ଼ିଶାର କେତୋଟି ଜିଲ୍ଲାରେ ପ୍ରବଳ ବେଗରେ ପବନ ଓ ବର୍ଷା ହେବ l ଏଥିନିମନ୍ତେ ଏହାର ମୁକlବିଲା କରିବା ନିମନ୍ତେ ଜରୁରୀ ବୈଠକ ଡାକି ସମସ୍ତଙ୍କୁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଛନ୍ତି l କେହି ଛୁଟିରେ ଯାଇପାରିବେ ନାହିଁ l ଛୁଟିରେ ଯାଇଥିଲେ ତୁରନ୍ତୁ ପଳାଇଆସିବାକୁ କହିଥିଲେ l ଏହି ବାତ୍ୟା ସମୟରେ ଯେପରି କାହାର କ୍ଷତି ନହେବ ସେଥିପାଇଁ ସମସ୍ତେ ସତକର୍ତା ଅବଲମ୍ବନ କରିବା ଆବଶ୍ୟକ l ବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲାଯlଇ କାର୍ଯ୍ୟକାରୀ କରାଯିବ l ନିୟନ୍ତ୍ରଣ କକ୍ଷରେ ଆବଶ୍ୟକ ପଡ଼ିଲେ ଜଣେ ଗେଜେଟେଡ଼ ଅଫିସରଙ୍କୁ ନିୟୋଜିତ କରିବାକୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ତଳିଆଞ୍ଚଳ ଚିନ୍ନଟ କରି ଜନସାଧାରଣ ଙ୍କୁ ସଚେତନ କରିବେ l ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସେଠାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବେ ଏବଂ ଖାଦ୍ୟ ପୁଡ଼ିଆ ଯୋଗାଇବେ l
ଵିଶେଷ କରି ଗୁଡlରି, ଓ ଗୁଣପୁର ତଳିଆ ଅଂଚଳ ପ୍ରତି ନଜର ରଖିବାକୁ କହିଥିଲେ l ଆବଶ୍ୟକ ପଡ଼ିଲେ ପଂଚାୟତ ଜନପ୍ରତିନିଧିଙ୍କ ସହାୟତl ନେଇପାରିବେ l ଗ୍ରାମୀୟ ନିର୍ମାଣ ଓ ପୁର୍ତ୍ତ ବିଭାଗକୁ ସମସ୍ତ ପ୍ରକାର ପ୍ରସ୍ତୁତି ରହିବାକୁ ନିର୍ଦେଶ ଦେଇଥିଲେ l ସେହିପରି ବଡ଼ନlଲା ଓ ହରଭଙ୍ଗି ଜଳସେଚନ ପ୍ରକଳ୍ପ ର ନିର୍ବାହୀଯନ୍ତ୍ରୀ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଥିଲେ l ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ଔଷଧ ପତ୍ର ମହଜୁଦ ଥିବା ପ୍ରକାଶ କରିଥିଲେ l ଦୁର୍ଗମ ଅଞ୍ଚଳରେ ଯୋଗାଣ ବିଭାଗ ତରଫରୁ ଅତିଆଵଶ୍ୟକ ସାମଗ୍ରୀ ବିଶେଷ କରି ଚୁଡା,ଚାଉଳ, କିରସିନ,ଦିଆସିଲ ମହଜୁଦ ରଖିବାକୁ ନିର୍ଦେଶ ଦେଇଥିଲେ l ସେହିପରି କୃଷି,ଉଦ୍ୟାନ କୃଷି ଓ ପ୍ରାଣୀ ଚିକିତ୍ସା ବିଭାଗକୁ ମଧ୍ୟ ସତକର୍ତା ଅବଲମବନ କରିବାକୁ କହିଥିଲେ l ମୁକାବିଲା ନିମନ୍ତେ ODRF ଓ NDRAF ଟିମ ଆସିଛନ୍ତି l ସେମାନଙ୍କୁ ଆବଶ୍ୟକ ଅନୁଯାୟୀ ନିୟୋଜିତ କରାଯିବ l ବତ୍ୟା ମୁକାବିଲା ନିମନ୍ତେ ଜିଲ୍ଲା ପୋଲିସ ବିଭାଗ ତରଫରୁ ଅଗ୍ନିସମ୍ମ ବିଭାଗ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି l ତଳିଆ ଅଞ୍ଚଳରେ ବିଡ଼ିଓ ଓ ତହସିଲଦାର ଙ୍କୁ ଡ଼ାକବାଜି ଯନ୍ତ୍ରରେ ସତର୍କ କରିବାକୁ ନିର୍ଦେଶ ଦେଇଥିଲେ l ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ସଜାଗ ରଖିବାକୁ କହିଥିଲେ l