!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ପଦ୍ମପୁର)- ରାୟଗଡ଼ାଜିଲ୍ଲା ପଦ୍ମପୁରବ୍ଲକ ଲିକିଟିପଦର ପଞ୍ଚାୟତପରିସରରେ ରାୟଗଡା ଡିଏଫଓ ବିଜୟକେତନ ପରିଡା,ଗୁଣପୁରରେଞ୍ଜର ରଞ୍ଜନ ମହାନ୍ତି,ପଦ୍ମପୁରବ୍ଲକ ଅଧକ୍ଷ ରମାକାନ୍ତ ମାଝୀ,ଲିକିଟିପଦର ସରପଞ୍ଚ କୈଳାଶ ମାଝୀ,ପଦ୍ମପୁର ବନପାଳ ପ୍ରଦୀପ୍ତ କୁମାର ଜେନା,ଗୁଣପୁର ବନପାଳ ନୀଳମାଧଵ ପାଢୀ,ମୁକୁନ୍ଦପୁର ବନପାଳ ଭଗବାନ ସାରକା ଏବଂ ବନବିଭାଗ କର୍ମଚାରୀମାନେ ଯୋଗଦେଇ ହାତୀମଣିଷ ଲଢ଼େଇ ରୋକିବାପାଇଁ ହାତୀ ଉପଦ୍ରୁତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ହାତୀ ସୁରକ୍ଷାପାଇଁ ରାୟଗଡା ବନବିଭାଗ ତରଫରୁ ବ୍ୟାପକପଦକ୍ଷେପ,ବିଭିନ୍ନ ସ୍ଥାନରେ ହାତୀକରିଡର,ରାଜ୍ୟ ରାଜପଥରେ ସାଇନ ବୋର୍ଡ ଲାଗିବାସହ ବିଭାଗର ୧୦ଜଣକୁ ନେଇ ସ୍କାଡ଼ ଗଠନକରାଯାଇ ହାତୀ ର ଚଲାପଥ ଉପରେ ତୀକ୍ଷଣ ନଜରସହ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଡିଏଫଓ ପ୍ରକାଶ କରିଛନ୍ତି। ଗତମାସରେ ଜଙ୍ଗଲିହାତୀ ଏହି ଅଞ୍ଚଳର ବ୍ୟାପକ ଜମିରେ ନଷ୍ଟ କରିଥିଲେ।ବନବିଭାଗର କର୍ମକର୍ତ୍ତା ଆସି ତଦନ୍ତ କରିଥିଲେ।ହାତୀକୁ ସୁରକ୍ଷା ଓ ଲୋକଙ୍କ ଧନଜୀବନ ସୁରକ୍ଷା ଉଭୟ ଆମପାଇଁ ଚାଲେଞ୍ଜ ଓ ଲୋକଙ୍କ ସତର୍କତା ତଥା ସହଯୋଗରେ ଏହାର ସମାଧାନ ହୋଇପାରିବ ବୋଲି ଡିଏଫଓ କହିଥିଲେ।ଆଜିର ଏହିକାର୍ଯ୍ୟକ୍ରମକୁ ପଦ୍ମପୁର ବନପାଳ ଓ ତାଙ୍କର ସହକର୍ମୀ ପରିଚାଳନା କରିଥିଲେ।