!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!
ମେଷ: ସାମାଜିକ ସ୍ତରରେ ସମ୍ମାନଲାଭ କରିବେ। ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇଯିବେ । ବ୍ୟବସାୟରେ ଲାଭ ପାଇବେ।
ବୃଷ: ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟି ଯିବ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯିବା ସହ ମାନସିକ ଏକାଗ୍ରତା ବଜାୟ ରହିବ।
ମିଥୁନ: ଶରୀର ସୁସ୍ଥ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ ।
କର୍କଟ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। କଠିନ ପରିଶ୍ରମ କରିପାରନ୍ତି।
ସିଂହ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
କନ୍ୟା: ଘରକୁ ଅତିଥି ଆସିପାରନ୍ତି। ବ୍ୟବସାୟରେ ଅଧିକ ଲାଭ ମିଳିବ। ଘର ପାଇଁ କିଛି ଜିନିଷ କିଣିପାରନ୍ତି।
ତୁଳା: ଭଲ କାମ କରି ପ୍ରଶଂସିତ ହେବେ। ସଭାସମିତିରେ ସଫଳତା ମିଳିବ। ମାନସିକ ଦୁଶ୍ଚିନ୍ତା ଦୂରେଇ ଯିବ। ଆୟବୃଦ୍ଧି ହେବ।
ବିଚ୍ଛା: କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।
ଧନୁ: କୌଣସି କଥାକୁ ନେଇ ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। ଆୟ ଅପେକ୍ଷା ବ୍ୟୟ ବଢ଼ିବ। ଯାତ୍ରା କରନ୍ତୁ ନାହିଁ।
ମକର: ଶତ୍ରୁମାନେ ଦୁର୍ବଳ ହେବେ। ଆୟରପନ୍ଥା ସହଜ ହେବ। ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିପାରେ।
କୁମ୍ଭ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହେବ। ଉପହାର ମିଳିପାରେ।
ମୀନ: ମନ ପ୍ରଫୁଲ୍ଲ ରହିବ। ବାକି ପଡ଼ିଥିବା ଆଦାୟ ହେବ। ତରବାରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କର୍ମ କରିବା ଉଚିତ।