ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭାରତ ର ନିର୍ବାଚନ କମିଶନ କଳିଙ୍ଗସେନା କୁ ଆଗାମୀ ନିର୍ବାଚନ ଲାଗି ବ୍ୟାଟ୍ ଚିହ୍ନ ପ୍ରଦାନ କରିଥିବା ବେଳେ ଆଜି ସେନା ସୁପ୍ରିମୋ ଶ୍ରୀ ହେମନ୍ତ ରଥ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।
ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଦଳ ର ଚିହ୍ନ ଉନ୍ମୋଚନ କରିବା ସହ ଆଗାମୀ ନିର୍ବାଚନ ରେ ସେନା ର ରଣନୀତି ସଂକ୍ରାନ୍ତ ରେ ସୁଚନା ଦେଇଛନ୍ତି ।
ଶ୍ରୀ ରଥ କହିଛନ୍ତି ଆଗାମୀ ଦିନ ରେ ସେନା ର ବ୍ୟାଟ୍ ବେଶ କମାଲ ଦେଖାଇବ । ଓଡିଶା ରେ ଥିବା ୪୦ ଲକ୍ଷ ବେକାରୀ ଯୁବକ ଯୁବତୀ ମାନଂକ ପାଖରେ ବ୍ୟାଟ୍ ପହଞ୍ଚାଇବା କଳିଙ୍ଗସେନା ।
ବିଶେଷକରି ଏହି ଯୁବକ ଯୁବତୀ ମାନଙ୍କୁ ପୁଞ୍ଜି କରି କଳିଙ୍ଗସେନା ନିର୍ବାଚନ ମଇଦାନକୁ ଓଲ୍ହାଇବ । ୨୦୦୯ ନିର୍ବାଚନ ରେ ସେନା ପକ୍ଷରୁ ୫୫ ବିଧାନସଭା ଓ ୮ ଲୋକସଭା ଓ ୨୦୧୪ ରେ ୨୬ ଟି ବିଧାନସଭା ଓ ୨ ଟି ଲୋକସଭା ଆସନରେ ବ୍ୟାଟ୍ ଚିହ୍ନ ରେ ଲଢିଥିବା ପ୍ରାର୍ଥୀ ଭଲ ପ୍ରଦର୍ଶନ କରିଥିଲେ ।
ଆଜିର ସାମ୍ବାଦିକ ସମ୍ମିଳନୀ ରେ ଦଳ ର ଉପ ସଭାପତି ବୈକୁଣ୍ଠ ମାଝି , ଯଦୁମଣି ମହାନ୍ତ , ସୁଧାକର ପ୍ରଧାନ , ସାଧାରଣ ସମ୍ପାଦକ ସବ୍ୟସାଚୀ ମହାପାତ୍ର , ଜଗବନ୍ଧୁ ମହାନ୍ତ , ବିଜୟ ରାଜ , ସୁଶାନ୍ତ ସାହୁ , ବରଦା ମହାନ୍ତି , ସମ୍ପାଦକ ହୃଷିକେଶ ସେନାପତି , ନାରୀସେନା ଅଧକ୍ଷା ସୁଭଦ୍ରା ମିଶ୍ର , ଚନ୍ଦ୍ରିକା ସିଂ , ସରୋଜିନୀ ସେଠୀ , ପୁଜା ବେହେରା ପ୍ରମୁଖ ଉନ୍ମୋଚନ ଉତ୍ସଵ ରେ ଉପସ୍ଥିତ ରହିଥିଲେ ।