!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ, କଟକ ଓ ଜିଲ୍ଲା ଦୌରା-ଜଜ୍ ତଥା ଜିଲ୍ଲା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରିୟ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୋଭିଡ୍ କଟକଣାକୁ ମାନି ଏକ ଅନ୍ ଲାଇନ୍ ସ୍ତରୀୟ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ , ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଶ୍ରୀ ଚନ୍ଦ୍ରହାସ ବେହେରା , ଉପଖଣ୍ଡିୟ ବିଚାର ବିଭାଗ ବିଚାରପତି ସୁଶ୍ରୀ ବର୍ଷା ଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିର କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ମୁଖ୍ୟତଃ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ଉପଲବ୍ଧ ହେଉଥିବା ମାଗଣା ଆଇନ ସହାୟତା ସେବା ସମ୍ପର୍କରେ ସଚେତନ କରାଇ ପିଡିତା କ୍ଷତିପୂରଣ ରାଶି , ଏସିଡ ଆକ୍ରମଣ ପିଡିତା ମାନଙ୍କ ପାଇଁ ରହିଥିବା କ୍ଷତିପୂରଣ ରାଶି ଉପରେ ବିଶେଷ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଏହି ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ ଓ ବିଭିନ୍ନ ଥାନାର ଥାନାଧିକାରୀ ମାନଙ୍କ ସମେତ ପ୍ୟାନେଲ ଆଇନଜୀବୀ ଓ ପାରା ଲିଗାଲ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ରଘୁ ନନ୍ଦନ ଦାସ ଏବଂ କାହ୍ନୁ ଚରଣ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।