!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଜିଲ୍ଲାର ମାଣିକପାଟଣା ଠାରେ ଗତ ୯ ତାରିଖ ଦିନ ଆନ୍ଧ୍ର ପକ୍ଷରୁ ଯେଉଁ ଘଟଣା ଘଟିଗଲା , ତାକୁ ନେଇ (୧୬-୯-୨୦୨୧) ଗୁରୁବାର ଦିନ ରାଜ୍ୟ ଭାଜପା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାଜପା ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ , ଓଡିଶା ସୀମାର ଗଜପତି ଜିଲ୍ଲା ମାଣିକପାଟଣା ଠାରେ ଗତ ୯ ତାରିଖ ଦିନ ଆନ୍ଧ୍ରର ଜଣେ ମନ୍ତ୍ରୀ ତାଙ୍କ ପ୍ରଶାସନିକ ଅଧିକାରୀ , ପୋଲିସ ଓ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଅନୁପ୍ରବେଶ କରି ସେଠାକାର ଅଙ୍ଗନବାଡି କେନ୍ଦ୍ରକୁ ଉଡାଇଦେବୀ କହିବା ସହ ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଭିନ୍ନ ଧମକ ଦେବା , ଆଇଡି କାର୍ଡ ଦେଖାଇବାକୁ କହିବା ଓ ଗିରଫ କରିବା ପ୍ରଭୃତି ଧମକ ଦେଇ ଆଶାଳୀନ ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ । ଏହି ଘଟଣା ସମ୍ପର୍କରେ ଆମେ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ ଆଲୋଚନା କରି ତୁରନ୍ତ ସେହି ଘଟଣା ଉପରେ ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଦ୍ଧରେ ଏଫଆଇଆର ଦେବାକୁ କହିଛୁ । ଅନ୍ୟପକ୍ଷରେ ମାଣିକପାଟଣାରେ ଏତେବଡ଼ ସମ୍ବେଦନଶୀଳ ଘଟଣା ଘଟିଯାଇଥିଲେ ମଧ୍ୟ ଓଡିଶା ରାଜ୍ୟ ସରକାର କି ମୁଖ୍ୟ ଶାସନ ସଚିବ କି ଆରଡିସି ଏ ସମ୍ପର୍କରେ କୌଣସି ପଦେ ମୁହଁ ଖୋଲିନାହାନ୍ତି କି ଆନ୍ଧ୍ରର ସମ୍ପୃକ୍ତ ମାନଙ୍କ ସହ ଆଲୋଚନା କରିନାହାନ୍ତି । ଏହା ଏମାନଙ୍କ ଅପାରଗତାକୁ ଦର୍ଶାଉଛି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସବୁ କ୍ଷେତ୍ରରେ ମାଣିକପାଟଣା ଗ୍ରାମବାସୀଙ୍କ ସମେତ ଗଙ୍ଗାବାଡ଼ ପଞ୍ଚାୟତବାସୀଙ୍କ ସବୁ କ୍ଷେତ୍ରରେ ଯଥା:- ରାସ୍ତା , ଶିକ୍ଷା , ସ୍ୱାସ୍ଥ୍ୟ ଓ ବଜାର ପ୍ରଭୃତିରେ ଆନ୍ଧ୍ର ଉପରେ ହିଁ ନିର୍ଭର କରି ଆସୁଛନ୍ତି । ଓଡିଶା ସରକାର କି ତାଙ୍କ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜିପର୍ଯ୍ୟନ୍ତ ଏହି ଓଡିଶା-ଆନ୍ଧ୍ର ସୀମାନ୍ତରେ ରହୁଥିବା ଅଞ୍ଚଳବାସୀଙ୍କୁ କୌଣସି ସୁରକ୍ଷା ଦେଉ ନାହାନ୍ତି କି କୌଣସି ବିକାଶ ମୂଳକ କାର୍ଯ୍ୟ କରୁନାହାନ୍ତି , ଯାହାର କି ଆନ୍ଧ୍ର ଏସବୁର ସୁଯୋଗ ଓ ଫାଇଦା ନେଇ ଓଡିଶା ସୀମା ଭିତରକୁ ଧସେଇ ପଶି ଗଜପତି ଜିଲ୍ଲାର ସିମନ୍ତବର୍ତ୍ତି ଅଞ୍ଚଳକୁ ଆମର କହି ବିଭିନ୍ନ ବେଆଇନ କାର୍ଯ୍ୟ ସବୁ କରିବାକୁ ସାହସ କରୁଛି । ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ସୀମା ବିବାଦ ଉପରେ ଆପୋଷ ଆଲୋଚନା ସହ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ବିକାଶ କରି ନାହାନ୍ତି , ଏହି ସମସ୍ୟାର ସମାଧାନ ହେବା ସମ୍ଭବପର ନୁହେଁ । ତେଣୁ ଭାରତୀୟ ଜନତାପାର୍ଟି ଦାବି କରୁଛି ଯେ , ଏ ଦିଗରେ ଯଦି କୌଣସି ବିହିତ ପଦକ୍ଷେପ ନ ନିଅନ୍ତି , ତାହା ହେଲେ ଆଗାମୀ ଦିନରେ ଗଜପତି ଜିଲ୍ଲା ଓ ସମଗ୍ର ଦକ୍ଷିଣ ଓଡିଶାରେ ଏହି ଘଟଣାକୁ ନେଇ ଏକ ବଡ ଆନ୍ଦୋଳନର ମୁଣ୍ଡ ଟେକିବାର ସମ୍ଭାବନା ରହିଛି ବୋଲି ଭାଜପା ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପାର ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ରାଜ୍ୟ କାର୍ଯ୍ୟକାରିଣୀର ଶ୍ରୀ ସିଦ୍ଧେଶ୍ବର ମିଶ୍ର ଏବଂ ଜିଲ୍ଲା ଯୁବ ସଭାପତି ଶ୍ରୀ ସନ୍ତୋଷ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ ।