ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ’ ଓଡ଼ିଶା ପକ୍ଷରୁ ସହାୟତା ପ୍ରଦାନ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ପାଇକଯମୁନା ଗ୍ରାମ ର ପବିତ୍ର ବିଷୋୟୀ ଦୀର୍ଘ ତିନିବର୍ଷ ହେଲା ପାରାଲିସିସ୍ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର ଚିକିତ୍ସାରେ ସବୁ ସମ୍ପତି ସାରିଦେଇଛନ୍ତି । ଆଉ ମାତ୍ର ସମ୍ପତ୍ତି ବୋଲେ କେବଳ ଘର ଖଣ୍ଡିଏ ଅଛି । କିନ୍ତୁ ଦୁର୍ଭାଗ୍ୟବଶତଃ ଆଜିକୁ ୮ ଦିନ ତଳେ ତାଙ୍କର ମୃତ୍ୟୁ ହୋଇଗଲା । ଶୁଦ୍ଧିକାର୍ଯ୍ୟ ପାଇଁ ଟଙ୍କାଟିଏ ମଧ୍ଯ ନାହିଁ ତାଙ୍କ ପରିବାର ବର୍ଗଙ୍କ ପାଖରେ । ଏପଟେ ଗତ ବର୍ଷ ବଡ଼ ଝିଅର ବାହାଘର ପାଇଁ ଦେଢ଼ଲକ୍ଷ ଟଙ୍କା ଧାର ଆଣିଛନ୍ତି । ସେ ଧାର ଟଙ୍କା ଏପର୍ଯ୍ୟନ୍ତ ସୁଝିନାହାନ୍ତି । ଆହୁରି ୩ ଗୋଟି ଝିଅ ତାଙ୍କର ଅଛନ୍ତି । ସେମାନଙ୍କ ପାଠ ପଢାରେ ମଧ୍ୟ ବହୁତ ଅସୁବିଧା ହେଉଛି । ଏହି ଖବର ଶୁଣିବା ପରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ’ ଓଡ଼ିଶା ତରଫରୁ ପବିତ୍ର ଙ୍କ ଧର୍ମପତ୍ନୀ ସୁମିତ୍ରାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହ ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ କିଛି ଟଙ୍କା ଦିଆଯିବ ବୋଲି ସଂଘର ସଦସ୍ୟ ରବୀନ ଭାଇ,ବିକ୍ରମ ଭାଇ ଜଗନ୍ନାଥ ଭାଇ ଏବଂ କୁଲୁ ଭାଇ ପ୍ରତିଶ୍ରୁତି ଦେଇଛନ୍ତି ।ଏଥିସହିତ କୁଲୁ ଭାଇ ମଧ୍ଯ ବ୍ୟକ୍ତିଗତ ଭାବେ ଉକ୍ତ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *