Site icon Ethara Sambhala

ମୁନିଗୁଡା ପୋଲିସ ଦ୍ୱାରା ୨୩ କିଲୋ ୧୬୦ଗ୍ରାମ ଗଞ୍ଜେଇ ଯବତ ୨ ଗିରଫ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୁନିଗୁଡା)- ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ସଫଳତା।୨୩କିଲୋ ୧୬୦ଗ୍ରାମ ଗଞ୍ଜେଇ ଯବତ କରିବା ସହ ଦୁଇଜଣ ମାଫିଆଙ୍କୁଗିରଫ କରିଛି।ଥାନା ଅନ୍ତର୍ଗତ ଗତିଗୁଡା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବ ବିଶେଷ ସୂତ୍ରରୁ ଖବରପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରି ଗତିଗୁଡା ଛକ ନିକଟରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକକୁ କାବୁ କରିବା ସହ ଦୁଇଟି ଏୟାର ବେଗ ସହ ଦୁଇ ଜଣକୁ ଥାନାକୁ ଆଣିଥିଲେ।ଦୁଇ ଜଣ ଯୁବକ ହେଲେ ଝାରଖଣ୍ଡ ରାଜ୍ୟ ଧନବାଦର ଚନ୍ଦନ କୁମାର ରୋଏ ଓ ଅନ୍ୟ ଜଣେ ବିହାରର ରାମ ସାରବାର ବୋଲି ଜଣାପଡିଛି।ଦୁଇ ଜଣକୁ ଥାନାରେ ପଚରା ଉଚରା ପରେ ଉକ୍ତ ବେଗରେ ଗଞ୍ଜେଇ ଥିବା ଓ ଏହାର ଓଜନ ୨୩କିଲୋ ୧୬୦ ଗ୍ରାମ ବୋଲି ଜଣାପଡିଥିଲା।ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ୍ୟ ଟଙ୍କା ହେବ ବୋଲି ଜଣାପଡିଛି।ଏମାନଙ୍କ ନାମରେ ମୁନିଗୁଡା ଥାନା କେଶ ନମ୍ବର ୧୨୧/୨୧ ରେ ମାମଲା ରୁଜୁ କରି କୋର୍ଟକୁ ପଠାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନେ ଚତୁରତାର ସହ ଫେରାର ହୋଇଯାଇଥିଲେ ।ଏହାର ଅଧିକ ତଦନ୍ତ ଜାରି ରଖିବା ସହ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି ।

Exit mobile version