ସୁନିତା ବିଶ୍ୱନାଥଙ୍କ ଦୁଃଖ ଦୂରହେବ କେବେ? ପକ୍କାଘର ଆଶା ସ୍ୱପ୍ନରେ ହିଁ ରହିଗଲା…!
!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଯୋଜନା ଗଣିବାକୁ ବହୁତ।କିନ୍ତୁ ଗ୍ରାଉଣ୍ଡ ଜିରୋରେ ତାହା ସୁନ ଅଟେ। ଉଭୟ ସରକାରଙ୍କ ଯୋଜନା ଗୁଡିକ କାଗଜ କଲମରେ ଚାଲିଛି।ତେଲିଆ ମୁଣ୍ଡରେ ତେଲଦେବା ଭଳି ରାଜ୍ୟ ଅବା କେନ୍ଦ୍ର ସରକାରଙ୍କର ସବୁ ଯୋଜନା ଗୁଡିକ କେବଳ ନିଜର ଲୋକମାନଙ୍କ ପାଇଁ ଉଦିଷ୍ଟ ଅଟେ।କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ୨୦୨୨ ସୁଦ୍ଧା ସମଗ୍ର ଭାରତ ବର୍ଷରେ କାହାର ମୁଣ୍ଡତଳେ ଚାଳ କିମ୍ବା ଟାଇଲ ଘର ରହିବ ନାହିଁ।ସମସ୍ତେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇବେ।ଏହି ପ୍ରତିଶୃତି ପାଣିର ଗାର ପାଲଟିଛି ମିଥ୍ୟା, ପ୍ରତିଶୃତି ପାଲଟିଛି ପ୍ରତାରଣା।ଏହିଭଳି ଏକ କରୁଣ ବୁକୁଫଟା କାହାଣୀ କହିଛନ୍ତି ରାୟଗଡା ଜିଲାର କଲ୍ୟାଣସିଙ୍ଘସପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତ ସଦରମହକୁମା ସ୍ଥିତ ଖଣ୍ଡିସାହିର ସୁନିତା ବିଶ୍ୱନାଥ ନାମକ ବିଧବା ମହିଳା। ସେଜଣେ ଦଳିତ ପରିବାରର ଏବଂ ୨ ବର୍ଷ ହେଲା ସ୍ୱାମୀକୁ ହରାଇ ଏକମାତ୍ର ବାପା ଛେଉଣ୍ଡ ପୁତ୍ର କେଦାର ସହ ଦୁଃଖରେ ଦିନ କାଟୁଛନ୍ତି।ସ୍ୱର୍ଗତ ସାଇ ଶେଖରଙ୍କ ପତ୍ନୀ ଭାବରେ କେତେ ସ୍ୱପ୍ନନେଇ ବାହାହୋଇ ବଧୁସାଜି ଆସିଥିଲେ।କିନ୍ତୁ ବିଧାତା ତାର ବୈରି ହେଲା ଶଙ୍ଖା ସିନ୍ଦୁର ହରାଇ ଜୀବକା ପାଇଁ ତାଙ୍କର ପିତୃ ଅର୍ଜିତ ଚାଳଛପର ବାସ ଗୃହରେ ସାଇ ପଡ଼ିଶାର କୁନି କୁନି ପିଲାଙ୍କୁ ନେଇ ଏକ ଟିଉସନ କରି ଗୁଜୁରାଣ ମେଣ୍ଟାଉ ଥିଲେ।କିନ୍ତୁ ଗତକାଲି ଲଗାଣ ବର୍ଷା ଯୋଗୁଁ ଘରଟି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି,ଗତବର୍ଷ କିଛି ଅଂଶ ଭୁଶୁଡି ଯାଇଥିଲା।ତେଣୁ ଏହି ଭୟରେ ଅନ୍ୟ ଜଣଙ୍କ ପଡୋଶୀ ଘରେ ଆଶ୍ରୟ ନେଇଥିଲେ ତେଣୁ କୌଣସି ଆହତ ହେବା ଭୟ ନାହିଁ।ଏହି ଖବର ଗତବର୍ଷ ରାଜସ୍ୱ ଅଧିକାରୀ,ବି.ଡି.ଓ,ତହସିଲଦାର ସରପଞ୍ଚ ସମସ୍ତଙ୍କୁ ଜଣାଇ ଥିଲେ।କିନ୍ତୁ ରାଜସ୍ୱ ବିଭାଗ ତରଫରୁ ଏକ ପଲିଥିନ ଦେଇ ନିଜ ଦାୟିତ୍ୱ ସାରିଦେଇଥିଲେ।ଏନେଇ ସରପଞ୍ଚ ଅମ୍ବିକା ସରକାଙ୍କୁ ପଚାରିବାରୁ ଆମ ହାତରେ ଘର ଦେବାର ଅଧିକାର ନାହିଁ ଏହା ଏକ ପ୍ରଶାସନିକ ପ୍ରକ୍ରିୟା ଅଟେ।ତେଣୁ ସେହି ବିଧିରେ ଗଲେ ମିଳିବ ବୋଲି କହିଥିଲେ।

ଏ ନେଇ ନୂତନଭାବେ ଦାଇତ୍ୱ ଗ୍ରହଣ କରିଥିବା ବି.ଡି.ଓ. ସୁଧାକର ରଇତଙ୍କୁ ପଚାରିବାରୁ ଠିକ ଅଛି ଠିକ ଅଛି ମୋ ଗୋଚରକୁ ଆସିନଥିଲା ଦରଖାସ୍ତ କଲେ ସମସ୍ତ ସୁବିଧା କରାଯିବ ବୋଲି ମନ୍ତବ୍ୟ ଦେଇଛନ୍ତି। ଆଜି ଚାଳ ହରା ସୁନିତାଙ୍କୁ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ମନୋଜ ସେଠି, ସମ୍ପାଦକ ପୂର୍ଣ ଚନ୍ଦ୍ର ପଟେଲ,ପଞ୍ଚାୟତ ସଭାପତି ରୁଦ୍ର ଖଣ୍ଡରିଆ, ସୋମେଶ ଜଗନାଥ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସାନ୍ତ୍ୱନା ଦେବାସହ ଏନେଇ ସରକାରକୁ ଜଣାଇ ଦିଆଯିବବୋଲି କହିବା ସହ ଯଦି ଅବହେଳା ହୁଏ ତାହେଲେ ଦାବୀ ପୁରାଣ ପାଇଁ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସରକାରଙ୍କ ଯୋଜନାରେ ଗୋଟିଏ ଘର ଯୋଗାଇ ଦେବାକୁ ନିକଟର ପଡୋଶୀ ଗୁଲା ସୁବାଷ,କରୁମୁଲୁ ବିଶ୍ୱନାଥ, ସାଇରାଜୁଳୁ ପ୍ରମୁଖ ସରକାରଙ୍କ ଠାରେ ନିବେଦନ କରିଛନ୍ତି କି ଘର ଖଣ୍ଡେ ମିଳିଲେ ତାଙ୍କ ପରୀବାର ଶାନ୍ତିରେ ଚଲିପାରିବେ।ଆଶା ଆଶାରେ ହିଁ ରହିଯାଇଛି ପକାଘର ସ୍ୱପ୍ନ ଦେଖିବାକୁ ବାକି ରହିଲା କେବେ ତାହା ପୂର୍ଣ ହେବ।

