ଚାକିରିଆ ପୁଅ ବୋହୁ ଘରେ ତାଲା ପକାଇ ମା କୁ ବାହାରେ ଛାଡି ଚାଲିଗଲେ..!

!!! ଗଜପତି ଜିଲ୍ଲା ମୋହନା ବ୍ଳକରୁ ମଜେଶ ରଇତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୋହନା) – ଗଜପତି ଜିଲ୍ଲା ମୋହନା ବ୍ଲକର ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ ଖାରିଢ଼େପ ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଯେଉଁ ମା ୧୦ମାସ ଗର୍ଭରେ ଧାରଣ କରି ଛୁଆକୁ ଜନ୍ମ ଦେଇଛି ସେଇ ମାକୁ ପୁଅ ବଡ଼ ହୋଇ ଚାକରି କରି ସ୍ତ୍ରୀ କଥାରେ ପଡ଼ି ମା କୁ ନିର୍ଯ୍ୟାତନା ଦେଉଛି । ଖାରିଢ଼େପ ଗ୍ରାମର କୁମୁଦିନି ମଳିକ (୬୦) ଙ୍କର ତିନୋଟି ପୁଅ ଓ ତିନୋଟି ଝିଅ । ସମସ୍ତେ ବଡ଼ ହେବା ପରେ ବିବାହ ହୋଇ ସାରିଲେଣି । ବଡ଼ ପୁଅ କିଛି ବର୍ଷ ହେଲା ମୃତ୍ୟୁବରଣ କରି ଥିବାବେଳେ ରାଜ୍ୟ ସରକାର ଦେଇଥିବା ଆବାସ ଯୋଜନାରେ ଘର ନିର୍ମାଣ କରିଥିଲେ ସେହି ଘରେ ସାନ ପୁଅ ନୀଳମାଧବ ମଳିକ ଓ ତାଙ୍କ ସ୍ତ୍ରୀ ରହୁଛନ୍ତି। ନୀଳମାଧବ ଚାକିରୀ ପାଇ ଢେଙ୍କାନାଳରେ ପୁଲିସ ବିଭାଗରେ ନିଯୁକ୍ତି ପାଇ ସେଠି ରହୁଛନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ଗ୍ରାମରେ ଅଙ୍ଗନବାଡି କର୍ମୀ ଅଛନ୍ତି । ନୀଳଙ୍କର ବିଧବା ବୁଢି ମା’ କୁ ବୋହୁ ଅହଲ୍ୟା ଘରୁ ବାହାର କରିଦେବା ସହ ତାଙ୍କର ଲୁଗାପଟା ଏବଂ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ପଦାକୁ ଫିଙ୍ଗିଦେଇ ଘର କବାଟରେ ତାଲା ପକାଇ ଚାଲିଯାଇଛନ୍ତି ନିଜ ସ୍ୱାମୀ ପାଖକୁ। ବୄଦ୍ଧା ବୁଢି ମା’ ରାତି ସାରା ନ ଖାଇ ନ ପିଇ ଘର ପିଣ୍ଡାରେ ରାତି କାଟିଛନ୍ତି । ଏହି ଘଟଣା ଜାଣିବାପରେ ଗ୍ରାମବାସୀ ବୈଠକ କରି ସମାଧାନ ପାଇଁ ନୀଳମାଧବକୁ ଡାକିଥିଲେ କିନ୍ତୁ ନୀଳମାଧବ ଗ୍ରାମରେ ପହଞ୍ଚି ନଥିଲେ। କୁମୁଦିନିଙ୍କର ମଝିଆ ବୋହୁ ମୁଠେ ଖାଇବାକୁ ଦେବାରୁ ସେ ଖାଇ ବାରଣ୍ଡାରେ ଦିନରାତି ବିତାଉଛନ୍ତି। ଏହି ଭଳି ଉଚ୍ଚ ଶିକ୍ଷିତ ଏବଂ ପୁଲିସ ବିଭାଗରେ ଚାକିରୀ କରି କିପରି ନିଜ ଜନ୍ମ ଦେଇଥିବା ମା’କୁ ବର୍ଷା ଖରାରେ ଘରୁ ବାହାର କରି ଘରେ ଚାବି ପକାଇ ଚାଲିଗଲେ ତାକୁ ନେଇ ଏବେଏ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେଣୁ ଉକ୍ତ ପୁଅ ବୋହୁ ପ୍ରତି ପ୍ରଶାସନ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *