ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ ; ୨କିମି ଦୂର ଥିବା ଝରଣା ହିଁ ଶାହା ଭରଷା …!
!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲା ଗୁଡାରି ବ୍ଲକର ଆଦିବାସୀ ଅଞ୍ଚଳରେ ରାସ୍ତାଘାଟ,ପିଇବା ପାଣି ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପଦକ୍ଷେପ ନେବା କଥା କହୁଛନ୍ତି,ହେଲେ ଏବେବି ଅନେକ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ କି ପିଇବା ପାଣି ମଧ୍ୟ ମିଳୁନାହିଁ।ପାଣି ପାଇଁ ଚାଲିଛି ସଂଘର୍ଷ।ଗ୍ରୀଷ୍ମର ପ୍ରକୋପ ବଡିବା ସାଙ୍ଗକୁ ବଡିବାରେ ଲାଗିଛି ଜଳକଷ୍ଟ। ସକାଳ ହେଲେ ଏଠାରେ ପାଣି ପାଇଁ ଚିନ୍ତା। ହାତରେ ବାଲଟି,ହାଣ୍ଡି, ମାଠିଆ ଧରି ୨କିମି ଦୂରରେ ଥିବା ଝରଣା ପାଣିକୁ ଭରସା। ଗ୍ରାମରେ ପାଖାପାଖି ୫୦ରୁ ଉର୍ଦ୍ଧ୍ବ ଘର। ଗ୍ରାମରେ ଗୋଟିଏ ନଳକୂପ। ଆଉ ସେହି ନଳକୂପକୁ ସୋଲାର ସାହାଯ୍ୟରେ ପାଣି ଯୋଗାଉଥିବା ଦେଖିବାକୁ ମିଳିଛି। ହେଲେ ଏବେ ନଳକୂପରୁ ପାଣି ୧୦ହାଣ୍ଡି ବାହାରିବା ପରେ ଆଉ ବାହାରୁ ନ ଥିବା ଅଭିଯୋଗ ହେଉଛି। ତେଣୁ ପାଣି ପାଇଁ ପାହାଡ ତଳେ ଥିବା ଝରଣାପାଣି ଉପରେ ନିର୍ଭର କରୁଥିବା ଏଠାକର ଲୋକେ କହିଛନ୍ତି।

ପ୍ରଶାସନ ପିଇବାପାଣି ଯୋଗାଇବା ପାଇଁ ଏଠାକାର ଲୋକେ ନିବେଦନ କରିଛନ୍ତି।କେବଳ ପିଇବା ପାଣି ନୁହଁ ଏଠାରେ ମଧ୍ୟ ଭଲରାସ୍ତାଟିଏ ମଧ୍ୟ ନାହିଁ।ଫଳରେ ଜରୁରୀ ସମୟରେ ଘାଟି ରାସ୍ତାରେ ରୋଗୀଙ୍କୁ ଖଟିଆରେ ଆଣୁଥିବା ଏଠାକାର ଲୋକେ କହିଛନ୍ତି।ତେବେ ଏ ସଂପର୍କରେ ଗୁଡାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ରାସ୍ତା କାମ NREGAରେ ଚାଲୁଛି ଓ ପାଣି ସମସ୍ୟା ଅତି ଶୀଘ୍ର ଦୂର ହେବ ବୋଲି ସେ କହିଛନ୍ତି।ତେବେ ଆଦିବାସୀ ଅଞ୍ଚଳରେ ବର୍ଷବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କେବେ ଏଠାରେ ସ୍ଥାୟୀ ପ୍ରତିକାର ଦିଗରେ ଧ୍ୟାନ ନେବ ତାହା ଏବେ ଦେଖିବାକୁ ବାକି ରହିଲା।ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିିଳିଛି ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ଚୁଲିପଡା ଓ କେତେକ ଗ୍ରାମରେ।

