!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲା କୋଲନରାବ୍ଲକ ରେଖାପଦର ପଞ୍ଚାୟତ ଅନ୍ତର୍ଗତ କାର୍ଣ୍ଣିପାଡୁ ଗାଁରେ ଦେଖାଦେଇଛି ପାନୀୟଜଳ ସମସ୍ୟା।ଉକ୍ତଗାଁରେ ୬୦ଟି ଆଦିବାସୀର ପ୍ରାୟ ୪ ଶହଲୋକ ରହୁଛନ୍ତି।ରେଖାପଦର ପଞ୍ଚାୟତ ଠାରୁ ମାତ୍ର ୩କିଲୋମିଟର ଦୂରରେ କାର୍ଣ୍ଣିପାଡୁ ଗାଁ,ଉକ୍ତଗାଁରେ ୨ଟି ନଳକୂପ ରହିଥିବାବେଳେ ଗୋଟିକରୁ କାଦୁଅପାଣି ବାହାରୁଛି,ଯାହା ପିଇବାପାଇଁ ଅନୁପଯୋଗୀ ଓ ଅନ୍ୟଟିରେ ସୌରଶକ୍ତିଦ୍ୱାରା ଜଳଯୋଗାଣ କରାଯାଉଥିଲା,ଯାହା ଦୀର୍ଘ ୫ ମାସହେବ ଯୋଗୁଁ ମହିଳାମାନେ ଗାଁଠାରୁ ଅଧ କିଲୋମିଟର ଦୂରରେଥିବା ଏକ ଝରଣାରୁ ପାଣି ସଂଗ୍ରହକରି ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି।ସୌରଶକ୍ତି ଲାଗିଥିବା ନଳକୂପରୁ ପାଣି ବାହାରୁ ନଥିବା ବିଷୟରେ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ମରାମତି କରା ଯାଉନଥିବା ଅଭିଯୋଗ କରିଛନ୍ତି।
ଝରଣାଜଳ ରୋଷେଇକାର୍ଯ୍ୟ ସହ ପାନୀୟଜଳରୂପେ ବ୍ୟବହାରକରି ବେଳେବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତହେଉଥିବା ଗାଁରୱାର୍ଡ ମେମ୍ବର ଗଙ୍ଗାଧର ବିଡିକା କହିଛନ୍ତି।ବର୍ଷାଦିନେ ଝରଣାକୁ ଯିବାକୁହେଲେ ବିଲହୁଡାରେ ବିପଦ ସଂକୁଳଭାବେ ଯାଇ ଜଳସଂଗ୍ରହ କରିବାକୁ ପଡୁଛି ବୋଲି ଗାଁର ମହିଳା ହାରାକା ସନ୍ଧ୍ୟା କହିଛନ୍ତି।ତେଣୁ ବ୍ଲକପ୍ରଶାସନ ଏହି ସମସ୍ୟା ଦୂର କରିବାଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ଗାଁର ହାରାକା ବୃନ୍ଦାବତୀ,ଉଲାକା ଡ୍ରାମ୍ବୀ,ମାଣ୍ଡାଙ୍ଗି ରତ୍ନାଲୁ,ମାଣ୍ଡାଙ୍ଗି କାଞ୍ଚନ ଓ ମାଣ୍ଡାଙ୍ଗି କସ୍ତୁରୀଙ୍କ ସମେତ ଗ୍ରାମବାସୀ ଦାବୀ କରିଛନ୍ତି।

