Site icon Ethara Sambhala

ଉନ୍ନତି କରଣ ନାମରେ ୧୦୦ – ୧୦୦ ରେ ଖେଳ…?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ବର) – ଗୁଣପୁର ପୋୖରାଞ୍ଚଳ ରେ ଦୀର୍ଘ ଦିନ ହେବ ଡ୍ରେନେଜ୍ ସମସ୍ୟା ଲାଗି ରହିଛି । ଏହାର ସମାଧାନ ଦିଗ ରେ ପୌର ପରିଷଦ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନନେଇ କିଛି ଲୋକ ଦେଖାଣିଆ କାମ କରି ଗୁଣପୁର ପୌର କାର୍ଯ୍ୟନିର୍ବାହୀ ଗାଲେଇ ରହିଛନ୍ତି ବୋଲି ଜନତା ସ୍ୱର ଉଠାଇଛନ୍ତି ।

ନିର୍ମାଣ କରାଯାଇଥିବା ନର୍ଦ୍ଧମାର ତଳ ମୁଣ୍ଡରେ ନିଷ୍କାସିତ ଆବର୍ଜନା ପାଣି ଯିବାର ସୁବ୍ୟବସ୍ଥା ନଥିବାରୁ ଡ୍ରେନରେ ପାଣି ଭରି ରହୁଛି । ଡ୍ରେନ ଉପରେ ଘୋଡ଼ଣିର ବ୍ୟବସ୍ଥା ନଥିବାରୁ ଦୋକାନରୁ କିଣୁଥିବା ବର୍ଯ୍ୟ ଵସ୍ତୁ ଗୁଡିକ କିଛି ଅମାନିଆ ଗ୍ରାହକ ଓ ଦୋକାନୀ ଡ୍ରେନ ମଧ୍ୟକୁ ପକାଇ ପାଣି ନିଷ୍କାସନ ରେ ଅସୁବିଧା ସୃଷ୍ଟି କରୁଛନ୍ତି । ପ୍ରକାଶ ଥାଉକି ଡ୍ରେନ ତିଆରି ବେଳେ ଏହା ଉପରେ ଘୋଡାଣି ତିଆରି କରିବା ବ୍ୟବସ୍ଥା କରାଯାଇଥିବା ବେଳେ ମାତ୍ର କିଛି ସ୍ଥାନରେ ଘୋଡାଣି ପକାଇ ସମ୍ପୂର୍ଣ୍ଣ କରାଯାଇଥିବା କୁହାଯାଇଛି । ଲାଗି ରହିଥିବା ଲଗାଣ ବର୍ଷା ରେ ବେହାଲ ଗୁଣପୁର ସହରର ବିଭିନ୍ନ ସ୍ଥାନରେ କୃତ୍ରିମ ପୋଖରୀ ସୃଷ୍ଟି ହୋଇଥିବା ଦେଖା ଦେଇଛି । ଗୁଣପୁର ନୂତନ ବସ ଷ୍ଟାଣ୍ଡ ଠାରେ ତିଆରି ମୁଖ୍ୟରାସ୍ତା ଓ ପାଦ ଚଲା ରାସ୍ତା ମଧ୍ୟରେ କରା ଯାଇଥିବା ଗାର୍ଡ ୱାଲ ଯୋଗୁଁ ବର୍ଷା ପାଣି ନିଷ୍କାସନ ଠିକ ଭାବେ ହୋଇପାରୁ ନଥିବା ଦେଖା ଦେଇଛି । ଯେଉଁ କିଛି ସ୍ଥାନରେ ପାଣି ବାହାରି ଆସୁଛି ତାହା ଜମି ରହୁଥିବାରୁ ସେହି ଅଞ୍ଚଳରେ ରହୁଥିବା ଦୋକାନଦାର ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

ଉନ୍ନତୀ କରଣ ନାମରେ ଆସୁଥିବା ଟଙ୍କାକୁ ଖର୍ଚ୍ଚ କରାଯିବା ଭଳି ଦେଖାଇ ପି.ସି ହାତେଇ ନେବାର ଏହା ଏକ ମାଧ୍ୟମ ଏବଂ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ନୂତନ ବସ ଷ୍ଟାଣ୍ଡ ଠାରେ ଅବସ୍ଥାପିତ କରାଯାଇ ଟିକସ ଆଦାୟ କରୁଥିବା ପରିବା ଦୋକାନୀ ଙ୍କ ସୁବିଧା ନିମନ୍ତେ ଏହା ନିର୍ମାଣ କରାଯାଇଛି ଏଵଂ ଏଥିରୁ ପୋୖର ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କ ହାତ ପୈଠ ନେଉଥିବା ଚର୍ଚ୍ଚାର ପରିସର ମଧ୍ୟରେ ରହିଛି। ଯଦି ଏହା ଠିକ ନୁହଁ ତେବେ ପାଦ ଚଲା ରାସ୍ତା ତିଆରି ହେବା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ପରିବା ଦୋକାନ ପ୍ରତି ନିର୍ବାହୀ ଅଧିକାରୀ ଓ ପୌର କର୍ମଚାରୀ ଙ୍କ ନଜର ପଡିନିକି ବୋଲି ପ୍ରଶ୍ନ ଉଠୁଛି । ଏହାକୁ ଦେଖି ବ୍ୟଙ୍ଗ ପାଠକେ କହି ଲେଣି ,”ଏସବୁ ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କ ଶହେ ଶହେ ରେ ଖେଳ “….. ବାବୁ ଏଥର ସମ୍ଭାଳ

Exit mobile version