“ମୀରାବାଲି ପଞ୍ଚାୟତର ସାନ୍ଧୁବାଡ଼ି ଗ୍ରାମରେ ପାନୀୟ ଜଳଯୋଗାଣ ପ୍ରକଳ୍ପ “…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ରାୟଗଡ଼ା) – ରାୟଗଡ଼ା ବ୍ଲକର ମୀରାବାଲି ପଞ୍ଚାୟତ ସାନ୍ଧୁବାଡିଗ୍ରାମରେ ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପ ଶୁଭ ଉଦଘାଟନ ହୋଇଯାଇଛି। ମୀରାବାଲି ପଞ୍ଚାୟତ ସରପଞ୍ଚ ନୀଳିମା ପୁଆଲା ଏବଂ ନାଏବ ସରପଞ୍ଚ ସାନନ୍ଦ ବାଞ୍ଚିଲି ଉଦଘାଟନ କରିଥିବାବେଳେ,ମୁଖ୍ୟ ଅତିଥିଭାବେ ବ୍ଲକର ଯୁବନେତା ତଥା ଯୁବ ସଂଗଠକ ପ୍ରତାପ ପୁଆଲା ଯୋଗଦେଇଥିଲେ।ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହ ସରକାରଙ୍କର ସମସ୍ତ ଯୋଜନାକୁ ଲୋକଙ୍କପାଖରେ ପହଞ୍ଚାଇବାପାଇଁ ପଞ୍ଚାୟତର ସମସ୍ତ ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଯୁବକ ଯୁବତୀ ମାନେ ଆଗକୁ ଆସି ସମସ୍ତ କ୍ଷେତ୍ରରେ ସହଯୋଗ କରିବା ପାଇଁ ପ୍ରତାପ ପୁଆଲା ଅନୁରୋଧ କରିଥିଲେ ।

ଉକ୍ତ ଗ୍ରାମ୍ୟଜଳଯୋଗାଣ ପ୍ରକଳ୍ପ ଦ୍ବାରା ସାନ୍ଧୁବାଡି ଓ ଜାନୀସାହିର ପ୍ରାୟ ଦୁଇହଜାର ଲୋକ ବିଶୁଦ୍ଧ ପାଣି ପାଇପାରିବେ।ଦୀର୍ଘଦିନରୁ ଏହି ଅଞ୍ଚଳରେ ପାଣିର ସମସ୍ୟା ଲାଗିରହିଥିବାବେଳେ ଶ୍ରୀ ପୂଆଲା ଏବଂ ସରପଞ୍ଚ ନୀଳିମା ପୁଆଲା ଜିଲ୍ଲାପ୍ରଶାସନ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହ ବାରମ୍ବାର ଯୋଗାଯୋଗକରି,ଉକ୍ତପ୍ରକଳ୍ପକୁ ଅନୁମୋଦନ କରାଇ କାର୍ଯ୍ୟକ୍ଷମ କରାଇଥିବାରୁ ପଞ୍ଚାୟତବାସୀ କୃତଜ୍ଞତା ଜଣାଇଛନ୍ତି।ଆଜିର କାର୍ଯ୍ୟକ୍ରମରେ କୋଟେଶ୍ବର ଗାଣ୍ଡା,ପ୍ରେମ ପାଣି,ଚକ୍ରଧର ପାଣି,ଦୟା ବାଚିଲି ପରିଚାଳନା କରିଥିବା ବେଳେ ପଞ୍ଚାୟତର ଜନସାଧାରଣ ଏବଂ ଗ୍ରାମ୍ୟ ଜଳଯୋଗାଣ କର୍ମକର୍ତ୍ତା ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *