ଏକତାଭାବେ ବାନ୍ଧି ହୋଇ ରହିବା ଆମର ପ୍ରଥମ ପ୍ରୟାସ :ଭୋଜରାଜ ସିଂ ବରିହା।

!!!  ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ  !!! 

ଏଥର ସମ୍ଭାଳ(ପଦ୍ମପୁର) – ବିଜୁଜନତା ଦଳ ପକ୍ଷରୁ ପଦ୍ମପୁର ବ୍ଳକ ଅଧିନସ୍ଥ ଖଲିଆପାଲି ଗ୍ରାମପଞ୍ଚାୟତ ର ସମସ୍ତ ବିଜେଡି କର୍ମୀ ମାନଙ୍କୁ ନେଇ ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ଏକ କର୍ମୀ ସମ୍ମିଳନୀ ନିଜସ୍ୱ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ପଦ୍ମପୁର ଟାଉନ ସଭାପତି ବିଜେଡି ସଭାପତି ଶ୍ରୀଯୁକ୍ତ ପରମାନନ୍ଦ ସାହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀମାନ ପ୍ରିତମ ମେହେର, ବିଧାୟକ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା ଙ୍କ ସୁପୁତ୍ର ଉଦୟମାନ ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା, ମହିଳା ନେତ୍ରୀ, ପଦ୍ମପୁର ମହିଳା ବିଜେଡି ର ସଭାପତି ଶ୍ରୀମତୀ ରଜନୀ ସାହୁ ପ୍ରମୁଖ ଯୋଗଦାନ କରି ଉପସ୍ଥିତ ଶତାଧିକ କର୍ମୀ ଙ୍କୁ ଏକତା ରେ ବାନ୍ଧି ହୋଇ ନବୀନ ବାବୁ ଙ୍କ ହାତ କୁ ମଜଭୁତ କରିବାକୁ ଆହ୍ବାନ ଦେଇଥିଲେ। ମାନ୍ୟବର ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚିବା ଦ୍ୱାରା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଅଗଣିତ ଜନସାଧାରଣ ଉପକୃତ ହୋଇପାରିଛନ୍ତି। ଏକତା ମଧ୍ୟରେ ବାନ୍ଧି ହୋଇ ରହିବା ଆମର ଲକ୍ଷ କାରଣ ଜନହିତକର କାର୍ଯ୍ୟକ୍ରମ ଗୁଡିକ ସମସ୍ତ ଘରମୁହଁ ଯେମିତି ପହଞ୍ଚି ପାରିବ ତାକୁ ଆଖି ଆଗରେ ରଖି ବିଜେଡି କର୍ମୀ ମାନେ ଜାଗ୍ରତ ହୋଇ ଗାଁ ଗାଁ ରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ମତବ୍ୟକ୍ତ କରିଥିଲେ।

ଭାରତ ବର୍ଷ ରେ ନମ୍ବର ଓ୍ୱାନ ଭାବେ ପରିଚିତ ଆମ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରି ସଂଗଠିତ ଭାବେ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିପୁଳ ପରିମାଣରେ ବିଜେଡି ଦଳର ପ୍ରାର୍ଥୀ ମାନଙ୍କୁ ଜୟଯୁକ୍ତ କରିବାକୁ ପଦ୍ମପୁର ଏନ.ଏ.ସି ର ପୂର୍ବତନ ଅଧ୍ୟକ୍ଷ ଶ୍ରୀମାନ ପ୍ରିତମ ମେହେର ଉଦବୋଧନ ଦେଇଥିଲେ। ମହିଳାନେତ୍ରୀ ଶ୍ରୀମତୀ ରଜନୀ ସାହୁ ତାଙ୍କ ମନ୍ତବ୍ୟ ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଫଳରେ ଆମ ଅଞ୍ଚଳ ର ମାଆ ଭଉଣୀ ମାନେ ବେଶ ଲାଭବାନ ହୋଇପାରିଛନ୍ତି। ମହିଳା ସଶକ୍ତିକରଣ ରେ ବିଜେଡି ଦଳ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ମା ଭଉଣୀ ମାନେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁଥିବା ପଞ୍ଚାୟତ ନିର୍ବାଚନ ରେ ସଂଗଠିତ ଭାବେ କାର୍ଯ୍ୟ କରିବାକୁ ମତବ୍ୟକ୍ତ କରିଥିଲେ। ଏହି କର୍ମୀ ସମ୍ମିଳନୀ ରେ ଶତାଧିକ ମହିଳା କର୍ମୀ ଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗଦାନ କରିଥିଲେ। 

Leave a Reply

Your email address will not be published. Required fields are marked *