ଓପିଲିପି ସଂସ୍ଥା ର ପାତରଅନ୍ତର ନୀତିକୁ ବିରୋଧ; ଅଣ୍ଟା ଭିଡିଲା ନିୟମଗିରି ସୁରକ୍ଷା ସମିତି।
!!! ଦକ୍ଷୀଣ ଓଡ଼ିଶା ବ୍ୟୁରୋ ହେଡ୍ ହୃଶୀକେଶ ପାତ୍ର ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (କଲ୍ୟାଣସିଂହପୁର) – ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ସାନଡେଙ୍ଗିଲେଲି ଗାଁରେ ନିୟମଗିରି ସୁରକ୍ଷାସମିତିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦସିକକା ଅଧକ୍ଷତା କରିଥିଲେ।ଏହାର ମୁଖ୍ୟ ଉଦ୍ଦେଶ୍ୟ ପାରସାଲି ଓ ସୁନାଖଣ୍ଡି ପଞ୍ଚାୟତରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ,ଦଳିତ ଓ ଆଦିବାସୀ ପରିବାରପାଇଁ ସରକାର ଙ୍କ ତରଫରୁ କାର୍ଯ୍ୟକରୁଥିବା ଓପିଲିପି ସଂସ୍ଥା ନିୟମଗିରିରେ ଯେଉଁ ଉନ୍ନୟନ କାର୍ଯ୍ୟକରୁଛି ସେ ବିଷୟରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା।ଓପିଲିପି ନିୟମଗିରି ଅଞ୍ଚଳକୁ ଯେଉଁ ଅଦା, ହଳଦୀ,ଆମ୍ବଚାରା, କଦଳୀ,କାନ୍ଦୁଲ, ମାଣ୍ଡିଆ,କୁକୁଡ଼ାପାଳନ,ଛେଳିଚାଷ ପାଇଁ ଯାହା ଆବଶ୍ୟକ ତାହା ସମସ୍ତଙ୍କୁ ସମାନ ଭାବରେ ଯୋଗାଉନାହାନ୍ତି ।

ଏହାକୁ ନେଇ ଆଗରୁ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ ।ଓପିଲିପି ସମସ୍ତଙ୍କୁ ସମାନଭାବରେ ଦେଖୁ। ଯଦି ପାତରଅନ୍ତର କରନ୍ତି,ତା ହେଲେ ଆଗାମୀଦିନରେ କାର୍ଯ୍ୟାଳୟରେ ତାଲାପକାଇବା ସହିତ କାର୍ଯ୍ୟକରିବାକୁ ଦେବୁନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା। ନିୟମଗିରି ପାହାଡରେ ଥିବା ୧୧୨ଟି ଗାଁରେ ବୈଠକ କରିବାପରେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ଡକାଇବୁ ବୋଲି କମିଟି ନିଷ୍ପତ୍ତି ନେଇଛନ୍ତି। ବୈଠକରେ ଯୁବସଭାପତି ସମ୍ବାରୁ ହୁଇକା, ଯୁବସମ୍ପାଦକ ଦାସୁରୁ କାଡ୍ରାକା, ନିୟମଗିରିର କର୍ମୀ ଉପେନ୍ଦ୍ର ଦ୍ରାବିଡ଼ ଙ୍କ ସମେତ ବହୁ ଡଙ୍ଗରିଆ ଆଦିବାସୀ ଉପସ୍ଥିତ ଥିଲେ।

