!!! ବରଗଡ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)- ଭାରତ ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ବିକାଶ ଧାରା ରୁ ପଛରେ ଥିବା ବରଗଡ ଜିଲ୍ଲା ର ପଦ୍ମପୁର ଉପଖଣ୍ଡ କୁ ଜାତୀୟ ବିକାଶ ଧାରାରେ ସମ୍ମିଳିତ କରିବାପାଇଁ ଗମନାଗମନ ର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି lମାନ୍ୟବର ପ୍ରଧାନମନ୍ତ୍ରୀ ପୂର୍ବୋଦୟ ର ବିକାଶ ଚିନ୍ତା କରୁଥିବା ସମୟରେ ପୂର୍ବୋତ୍ତର ରାଜ୍ୟ ଓଡ଼ିଶା ର ସବୁଠାରୁ ପଛୁଆ ଚିର ମରୁଡି ପ୍ରପିଡିତ ଅଞ୍ଚଳ ତଥା ଆଦିବାସୀ ବହୁଳ ପଦ୍ମପୁର ଉପଖଣ୍ଡ କୁ ରେଳବାଇ ଭାରତ ମାନଚିତ୍ର ରେ ସ୍ଥାନିତ କରିବାପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଶ୍ରୀମାନ ଅଜିତ କୁମାର ଶତପଥି ଙ୍କ ନେତୃତ୍ବରେ ବିଜେପୁର, ପାଇକମାଳ, ପଦ୍ମପୁର ର ଏକ ପ୍ରତିନିଧି ଦଳ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀମାନ ଅଶ୍ୱିନୀ ବୈଷ୍ଣବ ଙ୍କୁ ଭବାନୀପାଟଣା ଠାରେ ଭେଟି ବରଗଡ-ନୂଆପଡା ଭାୟା ବିଜେପୁର -ପଦ୍ମପୁର ୧୪୨ କିଲୋମିଟର ନୂତନ ରେଳଲାଇନ କୁ ଶିଘ୍ର ମଞ୍ଜୁରି ପ୍ରଦାନ କରି ବଜେଟ ରେ ଅର୍ଥ-ବ୍ୟବସ୍ଥା କରିବା ସକାଶେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି lଏହି ନୂତନ ରେଲ୍ ଲାଇନ ଦ୍ୱାରା ବରଗଡ-ରାୟପୁର ମଧ୍ୟ ଦୂରତା ୧୦୪ କିଲୋମିଟର ହ୍ରାସ ପାଇଯିବା ସହିତ ମାଲବାହୀ ଟ୍ରେନ ଗୁଡିକ ପାଇଁ ପରିବହନ ଖର୍ଚ୍ଚ ବହୁ ପରିଣାମ ରେ କମିଯିବ lସେପରି ବିଜେପୁର ଅଞ୍ଚଳରେ ବହୁ ମାତ୍ରାରେ ଉତ୍ପାଦିତ ହେଉଥିବା ତାଜା ପନିପରିବା ବାହାର ରାଜ୍ୟକୁ ଯାଇପାରିବ l

ପବିତ୍ର ନୃସିଂହନାଥ ତୀର୍ଥକ୍ଷେତ୍ର, ହରିଶଙ୍କର ତଥା ଐତିହାସିକ ଶୈବପୀଠ ଦେବଦର୍ହା ଭଳି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ର ବିକାଶ ହେବା ସହିତ ଏ ଅଞ୍ଚଳର ବେରୋଜଗାର ଯୁବକ, ଯୁବତୀ ଙ୍କ ପାଇଁ ରୋଜଗାର ର ପନ୍ଥା ନିଶ୍ଚିତ ବାହାରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ lଗମନାଗମନ ର ବିକାଶ ହେଲେ ନିଶ୍ଚିତ ରୂପେ ଭାରତବର୍ଷ ର ବଡ଼ବଡ଼ ବ୍ୟବସାୟୀ ମାନେ ଆସି କଳକାରଖାନା ସ୍ଥାପନ କରି ବେକାରୀ ସମସ୍ୟା ର ଦୂରିକରଣ ହୋଇପାରିବ lଯଦ୍ୱାରା ଅଞ୍ଚଳ ର ଅର୍ଥନୀତି ସୁଦୃଢ଼ୀକରଣ ହୋଇ ପାରିବ lମାନ୍ୟବର ରେଳମନ୍ତ୍ରୀ ଙ୍କ ଉପସ୍ଥିତି ରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମାନ ବସନ୍ତ ପଣ୍ଡା ମଧ୍ୟ ଏଇ ନୂତନ ରେଲଲାଇନ ସକାଶେ ଉଦ୍ୟମ ଚାଲିଛି ବୋଲି ପ୍ରକାଶ କରିବା ସହିତ ମାନ୍ୟବର ରେଳମନ୍ତ୍ରୀ ଏହି ନ୍ୟାର୍ଯ୍ୟ ଦାବି କୁ ସ୍ୱହୃଦୟତାର ସହ ଗ୍ରହଣ କରିଥିଲେ l ଦାବିପତ୍ର ପ୍ରଦାନ ବେଳେ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ଦଳ ର ପଦ୍ମପୁର ଓକିଲ ସଂଘ ର ସଭାପତି ଶ୍ରୀଯୁକ୍ତ ଗୈାତିଆ କୁମାର ସାହୁ,ବଣିକ ସଂଘ ର ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର, ନାଗରିକ କମିଟି ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ପାଇକମାଳ ଓକିଲ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ରାଜକିଶୋର ସାହୁ, ନାଗରିକ କମିଟି ର ପୂର୍ବତନ ପାଇକମାଳ ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ କାଲିଆ, ପାଇକମାଳ ବଣିକ ସଂଘ ର ପ୍ରେମ ସାଗର ଫୈାଜଦାର,ତଥା ବିଜେପୁର ବଣିକ ସଂଘ, ଓକିଲ ସଂଘ, ନାଗରିକ କମିଟି ର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here