!!! ବରଗଡ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)- ସ୍ଥାନୀୟ ରାଜବୋଡାସମ୍ୱର ପ୍ରାଙ୍ଗଣରେ ଅବସ୍ଥିତ ମେହେର କବିଙ୍କ ସ୍ମୃତି ପୀଠ ପରିସର ରେ “ମେହେର କବି ସ୍ମୃତି ପରିଷଦ”ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ କୋଭିଡ କଟକଣା ଭିତରେ,ଏକ ନିଡାମ୍ବର ପରିସ୍ଥିତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପରିଷଦ ର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମେହେର କବିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ନଡ଼ିଆ ବାଡେଇ ଉତ୍ସବ କୁ ଉଦଘାଟନ କରିଥିଲେ l ସଭାପତି ପ୍ରଫେସର ଡ଼ଃ ପ୍ରମୋଦ କୁମାର ପାଢ଼ୀ ଙ୍କ ବିଭିନ୍ନ କାବ୍ୟକବିତା ସମ୍ପର୍କରେ ଆଲୋଚନା କରିଥିଲେ l ଏଇ ଅବସରରେ ଓଡ଼ିଶାର ସୁନାମଧନ୍ୟ ନାଟ୍ୟକାର ଶ୍ରୀମାନ ଅଶୋକ କୁମାର ବହିଦାର,ମନୋଜ ପଣ୍ଡା,କରୁଣାକର ବେହେରା,ସୁରେଶ ମେହେର, ଡଃ ଜୟକେତନ ତ୍ରିପାଠୀ, ଚତୁର୍ଭୁଜ ମେହର,ମନୋଜ ମେହେର, ରାଜେନ୍ଦ୍ର ମହାନ୍ତି,ପ୍ରୀତିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ସମ୍ପାଦକ ଶେଷଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here