ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ୪ ମାସର ବ୍ୟବଧାନ ପରେ ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ଲାଗି ଖୋଲୁଛି ଶ୍ରୀମନ୍ଦିର। କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶ୍ରଦ୍ଧାଳୁମାନେ କାଲିଠୁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ଆର୍‌ଟିପିସିଆର୍‌ ନେଗେଟିଭ କିମ୍ବା ଓ ଦୁଇଟି ଡୋଜ୍ ଟିକାକରଣ ରିପୋର୍ଟ ସହ ଆଧାର କାର୍ଡ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ଭକ୍ତ। ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ଓ ୮ଟି କିଓସ୍କୋ ସ୍ଥାପନ କରାଯାଇଥିବା ବେଳେ ସୁରକ୍ଷା ପାଇଁ ୧୦ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଫୋର୍ସ ମୁତୟନ ହେବେ। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହ ପଟେ ପ୍ରବେଶ ଓ ଉତ୍ତର ଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି। ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି। ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ ବ୍ୟବସ୍ଥା। ପୂର୍ବରୁ ପୁରୀ ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ମିଳିଥିଲା। ୫ଦିନ ଭିତରେ ପ୍ରାୟ ୫୧ ହଜାର ଭକ୍ତ ଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here