ଏଥର ସମ୍ଭାଳର ପ୍ରଭାବ , ଅବକାରୀ ବିଭାଗର ଚର୍ଚ୍ଚିତ ଦୁର୍ନୀତି ର ତଦନ୍ତ ଆରମ୍ଭ ; ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ରେ ଅବକାରୀ କର୍ମଚାରୀ ଙ୍କୁ ନିଲମ୍ବିତ , ହେଲା ଭାଇରଲ ଭିଡ଼ିଓର କାର୍ଯ୍ୟାନୁଷ୍ଠାନ ଭାଇରଲ ଭଏସ ର କାର୍ଯ୍ୟାନୁଷ୍ଠାନ କେବେ ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର) –ରାୟଗଡା ଜିଲ୍ଲା ଅବକାରୀ ବିଭାଗର ଦୁର୍ନୀତି ସମ୍ପର୍କରେ ଚର୍ଚ୍ଚିତ ଏବଂ ଭାଇରଲ ଖବର ନେଇ ଏଥର ସମ୍ଭାଳ ପକ୍ଷରୁ ଖବର ପ୍ରକାଶିତ ପରେ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ସୋରଜ କୁମାର ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଏହି ଘଟଣାର ତଦନ୍ତ ଭାର ନେଇଛନ୍ତି । ତଦନ୍ତ ପ୍ରକ୍ରିୟା ଆରମ୍ଭ ରେ ଶ୍ରୀ ପ୍ରଧାନ ଗୁଣପୁର ଠାରେ ପହଞ୍ଚି ସ୍ଥାନୀୟ ରାଜସ୍ୱ ବଙ୍ଗଳାରେ କିଛି ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ । ଭିଡ଼ିଓରେ ଭାଇରଲ ହୋଇଥିବା ଅବକାରୀ ବିଭାଗ କର୍ମଚାରୀ ଙ୍କ ସହ ଟଙ୍କା ଦିଆନିଆ କାରବାରର ଅନ୍ତରଙ୍ଗ ମୁହୂର୍ତ୍ତରେ ଯେଉଁ ଅନ୍ୟଜଣେ ବ୍ୟକ୍ତି ରହିଛନ୍ତି ଏହା ଗୁଣପୁର ବିଦେଶୀ ମଦ ଦୋକାନର ପରିଚାଳକ ଆଲୋକ ମହାନ୍ତିଙ୍କ ବୋଲି କୁହାଯାଉଥିବା ଚର୍ଚ୍ଚାର ଆଧାରକୁ ନେଇ ତଦନ୍ତ ଅଧିକାରୀ ଶ୍ରୀ ମହାନ୍ତିଙ୍କ ସହ ଯୋଗାଯୋଗ କରିଥିବା ଜଣାପଡ଼ିଛି ।ଏକ ବିଶ୍ଵସ୍ଥ ସୂତ୍ରରୁ ଏହାବି ସୂଚନା ମେଳିଛି ଶ୍ରୀ ମହାନ୍ତି ତଦନ୍ତ ସମୟର ରେ ଗୁଣପୁର ଠାରେ ନଥିବା ଯୋଗୁଁ ତାଙ୍କ ସହ ତଦନ୍ତ ଅଧିକାରୀ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ତେବେ ସେ ତଦନ୍ତ ଅଧିକାରୀଙ୍କୁ ଏଥିରେ ଥିବା କଣ୍ଠସ୍ୱର (ଭଏସ) ତାଙ୍କର ନଥିବା କହିଛନ୍ତି ।

ସେଇଭଳି ଭାଇରଲ ଭଏସ ରେକର୍ଡ଼ ରେ ରହିଥିବା ଅବକାରୀ ବିଭାଗ କର୍ମଚାରୀ ଙ୍କ ଅପରପକ୍ଷ ବ୍ୟକ୍ତିଙ୍କ କଣ୍ଠ ସ୍ୱର କାହାର ଏବଂ ସେ କାହାସହିତ ଏଭଳି ଡିଲ କରୁଥିଲେ ଏହା ସ୍ୱଷ୍ଟ ହୋଇପାରି ନଥିବାରୁ ତଦନ୍ତରେ ବାଧା ସୃଷ୍ଟି କରିଥିବା ଜଣାପଡ଼ିଛି । ବର୍ତ୍ତମାନ କଥା ଉଠିଛି ଅପରପକ୍ଷରେ ରହିଥିବା ଦୁଇଜଣ ବ୍ୟକ୍ତି ତଦନ୍ତ ଅଧିକାରୀଙ୍କ ସାମନା କରୁନାହାନ୍ତି କାହିଁକି ? ବ୍ୟକ୍ତି ଦୁଇଜଣ ଜାଣି ଜାଣି ତଦନ୍ତର ସାମନା କରୁ ନାହାନ୍ତି ନା ତାଙ୍କ ଉପରେ ଚାପ ପଡୁଛି । ବର୍ତ୍ତମାନ ସୁଦ୍ଧା ଏହି ଦୁଇ ଗୋଟି ଘଟଣା କେଉଁଠି ଘଟିଥିଲା ଏହାରବି ଟେର ପାଇପାରୁନାହାନ୍ତି ତଦନ୍ତ ଅଧିକାରୀ । ଏଠି ପ୍ରଶ୍ନ ଉଠୁଛି, କ୍ୟାମେରା ମିଛ କହେନା ; ଏହା ସୋସିଆଲ ମିଡିଆରେ ଏବଂ ଫେସବୁକ ରେ ଯିଏ ଭାଇରଲ କରିଛନ୍ତିି ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ । ତାହା ହେଲେ କ୍ଷୀର ନୀର ଅଲଗା ହୋଇଯିବ । ଏନେଇ ଜିଲ୍ଲା ପ୍ରଶାସନ ସାଇବର କ୍ରାଇମ ବିଭାଗ ର ସହଯୋଗ ଲୋଡନ୍ତୁ । ତା ‘ନହେଲେ ଏତେବଡ଼ ଦୁର୍ନୀତି ତଦନ୍ତର ନାଲି ଫିତା ତଳେ ବନ୍ଧା ହୋଇ ରହିଯିବ ଏବଂ ଏଭଳି ଦୁର୍ନୀତି ଗ୍ରସ୍ତ ଅଧିକାରୀ ମାନେ ଏହାଠାରୁବି ବଡ଼ କ୍ରାଇମ କରିବାକୁ ପଛଘୁଞ୍ଚା ଦେବେନି ବୋଲି ମତପ୍ରକାଶ ପାଉଛି । କିଛି ଖବର ରେ ପ୍ରକାଶିତ ହୋଇଥିବା ଶ୍ରୀ ପାତ୍ର ଙ୍କୁ ଢାଲ କରାଯାଇଥିବା ଘଟଣା କୁ ବିଭାଗରେ ନିନ୍ଦା ପ୍ରକଟ କରାଯାଇଛି। ପ୍ରକୃତରେ ଶ୍ରୀ ପାତ୍ର ଜଣେ କୁଶଳୀ ଯୋଦ୍ଧା ତାଙ୍କ ପାଇଁ କୌଣସି ଢାଲ ର ଆବଶ୍ୟକ ନାହିଁ ବୋଲି କୁହାଯାଉଥିବା ସହ ଶ୍ରୀ ପାତ୍ର ଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ପୁଣି ସେଠାରେ ତାଙ୍କୁ ପ୍ରତିସ୍ଥାପନ କରିବା ନିମନ୍ତେ ଏହା ଏକ ରାଜନୈତିକ ମସୁଧା ବୋଲି ସାଧାରଣରେ ଚର୍ଚ୍ଚା ଜୋରଧରିଛି । ଆମେ ଏନେଇ ଏତିକି କହିବୁ, ଯଦି ଅଣ୍ଟା ରେ ନାହିଁବଳ_____________ (ଡ୍ୟାସ) କରିବାକୁୁ କିଆଁ ମନ ଅସମ୍ଭାଳ …… ଏଥର ସମ୍ଭାଳ ।

Leave a Reply

Your email address will not be published. Required fields are marked *