ୟୁ.ଏସ୍ ମୋଶନ ପିକ୍ଚରସ ବ୍ୟାନର ର ପ୍ରଥମ ଅବଦାନ, ଓଡିଆ ଚଳଚ୍ଚିତ୍ର “ପ୍ରେମ ରେ ରିସ୍କ ହେଲା ମତେ ଇସ୍କ” ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ୟୁ॰ଏସ ମୋଶନ ପିକ୍ଚରସ ବ୍ୟାନର ରେ ନିର୍ମିତ ହେବାକୁ ଥିବା ପ୍ରଥମ ଓଡିଆ ଚଳଚ୍ଚିତ୍ର “ପ୍ରେମ ରେ ରିସ୍କ ହେଲା ମତେ ଇସ୍କ” ର ଶୁଟିଂ ନୟାଗଡ ଜିଲ୍ଲା ଓଡଗାଁ ଗ୍ରାମ, ଦୁତୀକେଶ୍ଵର ଓ ମଦନପୁର ଏବଂ ଏହାର ଆଖ ପାଖ ଅଞ୍ଚଳରେ କରାଯାଇଛି । ଏହି ଚଳଚ୍ଚିତ୍ର ରେ ଓଲିଉଡ ଜଗତର ସୁନାମଧନ୍ୟ ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ ଓ ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି ଅଭିନୟ କରୁଛନ୍ତି ।

ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଓଲିଉଡ ଚଳଚ୍ଚିତ୍ର ଜଗତର ନାମିଦାମୀ ନିର୍ଦ୍ଦେଶକ ଶ୍ରୀ କେ॰ମୁରଲୀ କ୍ରୀଷ୍ଣା , ସହ ନିର୍ଦ୍ଦେଶ ଭାବେ ଶ୍ରୀ ଶକ୍ତି ଦାଶ କାର୍ଯ୍ୟ ଭାର ତୁଲାଇଥିବା ବେଳେ ଚଳଚ୍ଚିତ୍ର ର ପ୍ରଯୋଜକ ଭାବେ ଉମେଶ ସାହୁ ଓ ସଞ୍ଜୟ ପାତ୍ର , ଡି॰ଓ॰ପି ଭାବେ ଟଲିଓଡ ଜଗତର ଜଣାଶୁଣା କ୍ୟମେରା ମ୍ୟାନ ଶ୍ରୀ ନରେନ୍ଦ୍ର ଗୌଡା ଦାୟିତ୍ଵ ନେଇଥିବା ବେଳେ ଚଳଚ୍ଚିତ୍ର “ପ୍ରେମ ରେ ରିସ୍କ ହେଲା ମତେ ଇସ୍କ” ର ସଙ୍ଗୀତ ଭାର ତୁଲାଇଛନ୍ତି ସିତୁ ଓ ସଞ୍ଜୟ ।

ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ର “ପ୍ରେମ ରେ ରିସ୍କ ହେଲା ମତେ ଇସ୍କ” ଟି କେବେ ରିଲିଜ ହେବ ଏନେଇ ଦର୍ଶକ ଓ ଚଳଚ୍ଚିତ୍ର ପ୍ରେମି ଅନେଇ ବସିଛନ୍ତି ।  ଇତି ମଧ୍ୟମରେ ଚଳଚ୍ଚିତ୍ର “ପ୍ରେମ ରେ ରିସ୍କ ହେଲା ମତେ ଇସ୍କ” ର ପ୍ରଥମ ପର୍ଯ୍ୟାୟ ଶୁଟିଂ ଶେଷ ହୋଇଯାଇଛି ।  ଏହାର ଦ୍ଵିତୀୟ ପର୍ଯ୍ୟାୟ ଶୁଟିଂ ଆଗାମୀ ଅଗଷ୍ଟ ୧୫ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *