ପଲ୍ଲୀ ଆଲୋକ ପାଠାଗାର ଜନସେବା ରେ ଉତ୍ସର୍ଗୀକୃତ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) –ଅନେକ ଘାତପ୍ରତିଘାତ ମଧ୍ୟରେ ମହାମାରୀ କରୋନା ସମୟ ରେ ନିଜକୁ ସମର୍ପିତ କରି ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଳକ ଅନ୍ତର୍ଗତ ନଅଗାଁ(ଖ) ରେ ଅବସ୍ଥିତ ପଲ୍ଲୀ ଆଲୋକ ପାଠାଗାର ଜନସାଧାରଣ ଙ୍କ ଉଦ୍ଦେଶ୍ୟ ଅନେକ ଗୁଡ଼ିଏ ସଫଳତା ର ଜନହିତକର କାର୍ଯ୍ୟ କରିଚାଲିଛନ୍ତି। ଏ ପରିପ୍ରେକ୍ଷୀରେ ଆଗକୁ ତୃତୀୟ ଲହର କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ସରକାରୀ ଡାକ୍ତରଖାନା କୁ ଦୁଇଟି ଅମ୍ଳଜାନ ସାଦ୍ଧ୍ରକ ଯନ୍ତ୍ର ଦେଇଥିବା ବେଳେ, ଗାଇସିଲେଟ ସି.ଏଚ.ସି,ତାଲପାଲି ସି.ଏଚ.ସି,ଜମଲା ସି.ଏଚ.ସି ସମେତ ପାଇକମାଳ ବ୍ଳକ ଅଧିନରେ ଯାଉଥିବା ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପାଇକମାଳ ପି.ଏଚ.ସି ,ମାଣ୍ଡୋସିଲି ପି.ଏଚ.ସି କୁ ଗୋଟିଏ ଲେଖାଏଁ ଏବଂ ଏ ଅଞ୍ଚଳର ଏକମାତ୍ର ଆୟୁର୍ବେଦିକ କଲେଜ ସହ ଡାକ୍ତରଖାନା ନୃସିଂହନାଥ, ପାଇକମାଳ କୁ ଦୁଇଟି ଅମ୍ଳଜାନ ସାଦ୍ଧ୍ରକ ଯନ୍ତ୍ର ସହ ମାଗଣା ରେ ଏନ୍୯୬ ମାକ୍ସ ପର୍ଯ୍ୟାପ୍ତ ପରିମାଣ ର ପ୍ରଦାନ କରି ତାଙ୍କ ମହାନତା ର ପରିଚୟ ସୃଷ୍ଟି କରିପାରିଛନ୍ତି। ଆଗକୁ ଲୋକେ ଯେ ଭଳି ଅକ୍ସିଜେନ ଅଭାବ ରୁ ମୃତ୍ୟୁ ମୁଖରେ ନ ପଡ଼ିବେ, ଏହାହିଁ ପାଠାଗାର ର ମୂଳ ଲକ୍ଷ୍ୟ।

ଏ ଅବସର ରେ ପଦ୍ମପୁର ରେ ଏସ.ଡି.ଏମ.ଓ ଡାକ୍ତର ତହସିଲ ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀ ଙ୍କ ଉପସ୍ଥିତି ରେ ଅମ୍ଳଜାନ ସାଦ୍ଧ୍ରକ ଯନ୍ତ୍ର କୁ ଗ୍ରହଣ କରିଥିବା ବେଳେ, ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଡାକ୍ତର ତ୍ୟାଗରାଜ ସିଂ,ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ଡାକ୍ତର ସେବାବ୍ରତ ମେହେର, ପାଇକମାଳ ରେ ଡାକ୍ତର ଶ୍ରୀଧର ପ୍ରଧାନ, ପାଇକମାଳ ଆୟୁର୍ବେଦିକ କଲେଜ ରେ ପରିଚାଳକ ମନୋଜ ତ୍ରିବେଦୀ,ମାଣ୍ଡୋସିଲି ପି.ଏଚ ପାଇଁ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ପି.ଏଚ.ଇ.ଓ ଶ୍ରୀମାନ ତୁଷ କୁମାର ଚନ୍ଦ୍ରକାର, ଗାଇସିଲେଟ ଡାକ୍ତରଖାନା ର ଡାକ୍ତର ନରେନ୍ଦ୍ର କୁମାର ତ୍ରିପାଠୀ ତାଙ୍କ କର୍ମଚାରୀ ଙ୍କ ଗହଣରେ ଅମ୍ଳଜାନ ସାଦ୍ଧ୍ରକ ଯନ୍ତ୍ର ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ସଂପାଦକ ଶ୍ରୀମାନ ପ୍ରଶାନ୍ତ ନାୟକ, ପ୍ରୋଗ୍ରାମିଙ୍ଗ ସଂଯୋଜକ ଶ୍ରୀମାନ ହିରାଲାଲ ମିଶ୍ର,ପରିଚାଳକ ଶ୍ରୀମାନ ଅଜୟ ବାଦୀ ଏହି ଅମ୍ଳଜାନ ସାଦ୍ଧ୍ରକ ଯନ୍ତ୍ର ମାନଙ୍କୁ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *