ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସ୍ୱଚ୍ଛତା ଅଭିଯାନ ର ବିକଳ ଚିତ୍ର…!
!!! ବରଗଡ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ପଦ୍ମପୁର) – ସ୍ଥାନୀୟ ପୋଷ୍ଟ ଅଫିସ ନିକଟସ୍ଥ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପାଚେରି କୁ ଲାଗି ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଗତବର୍ଷ ନିର୍ମିତ ହୋଇଥିବା ଅଳିଆ ଆବର୍ଜ୍ଜନା ଜମାଗୃହ ର ଏହା ହେଉଛି ଅସଲ ଚିତ୍ର। ଦୁଇ କୋଠରୀ ର କବାଟ କେବେ ଠାରୁ ଅଦୃଶ୍ୟ ହୋଇ ମୁକୁଳା ହୋଇ ପଡ଼ିରହିଛି। ଅଳିଆ ସବୁ ରାସ୍ତା ରେ ବିଛେଇ ହୋଇ ପଡ଼ି ପରିବେଶ କୁ ଦୂଷିତ କରି ଆସୁଛି ।

ଗୋଟିଏ ଶିକ୍ଷା ଅନୁଷ୍ଠାନ କୁ ଲାଗି ଏପରି ପ୍ରକଳ୍ପ ନିର୍ମାଣ ସ୍ଥାନୀୟ ପ୍ରଶାସନ ର ଦୂରଦୃଷ୍ଟି ର ଅଭାବ କୁ ସୂଚିତ କରୁଛି। ଦ୍ୱିତୀୟ ରେ ସରକାରୀ କା ମାଲ୍ ଦରିଆ ମେ ଡାଲ୍ ନୀତି ରେ ପରିଷଦ ର ନିର୍ବାହୀ ଅଧିକାରୀ ଆଖିବୁଜି ଦେଇଥିବା ପରି ମନେ ହୁଏ। ଏ କଣ ହେଉଛି ମୋ ସରକାର ୫-ଟି ଅଭିଯାନ ର ବାସ୍ତବତା….?

