ଆସିକା ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତା ଙ୍କୁ ବିଧାୟିକା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବ୍ରହ୍ମପୁର) – ଆସ୍କା ବିଜୁ ଯୁବ ଜନତା ଦଳ ର ବ୍ଲକ ଓ ଏନ୍.ଏ.ସି ସ୍ତରୀୟ ନୂତନ କର୍ମ କର୍ତ୍ତା ଙ୍କୁ ନେଇ ବରିଷ୍ଠ ବିଜେଡି ନେତା ଦିଲୀପ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଆଜି କବିସୂର୍ଯ୍ୟନଗର ଡାକ ବଙ୍ଗଳା ଠାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଆସ୍କା କାର୍ଯ୍ୟଳୟ ନିକଟରୁ ଏକ ବିଶାଳ ବାଇକ ରାଲି ରେ ଆସ୍କା ସହର ପରିକ୍ରମା କରି ବିଜୁ ପଟ୍ଟନାୟକଙ୍କ ପତିମୂର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଯୁବ ବିଜେଡି ନେତା ତଥା ଗଞ୍ଜାମ ଜିଲ୍ଲା ଯୋନ ଯୁବ ବିଜେଡି ସଭାପତି ନଚିକେତ ସ୍ୱାଇଁ ,ସେଠାରୁ ପଥରା ଆସି ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଲଡୁକିଶୋର ସ୍ୱାଇଁ ଙ୍କୁ ପତିମୂର୍ତି ରେ ପୁଷ୍ପମାଲ୍ୟ ଦେଇ ବାଇକ ରାଳି ରେ କବିସୂର୍ଯ୍ୟ ନଗର ଡାକ ବଙ୍ଗଳା ଠାରେ ପହଞ୍ଚି ଥିଲେ ଆସ୍କା ବିଧାନସଭା କ୍ଷେତ୍ରରେ ନବ ନିଯୁକ୍ତି ପାଇଥିବା ଯୁବ ଛାତ୍ର ର ଛାମୁଆ ନେତା ।ସେଠାରେ ପୂର୍ବତନ ଜିଲ୍ଲାପାରିଷଦ ଅଧ୍ୟକ୍ଷ ସୁରଥ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏଥିରେ ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଓ ଜୋନ ସଭାପତି ତଥା ଯୁବନେତା ନଚିକେତା ସ୍ୱାଇଁ ଙ୍କୁ ସମ୍ବର୍ଦ୍ଧନା ଦେଇ ସ୍ୱାଗତ କରାଯାଇଛି।ପରବର୍ତ୍ତୀ ସମୟରେ ସମସ୍ତ ନୂତନ ଯୁବ ଛାତ୍ର କର୍ମକର୍ତା ଙ୍କୁ ବିଧାୟିକା ଓ ଯୋନ ସଭାପତି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ନୂତନ ଭାବେ ଚୟନ ହୋଇଥିବା କର୍ମକର୍ତ୍ତା ମାନେ ହେଲେ କବିସୂର୍ଯ୍ୟନଗର ବ୍ଲକ ପାଇଁ ଯୁବ ବିଜେଡି ସଭାପତି ବ୍ରଜସୁନ୍ଦର ମଳିକ ଓ ସମ୍ପାଦକ ଟୁକୁନା ବିଶୋଇ,କବିସୂର୍ଯ୍ୟ ନଗର ବ୍ଲକ ଛାତ୍ର ବିଜେଡ଼ି ସଭାପତି ନିଳାଞ୍ଚଳ ମଣ୍ଡଳ, କବିସୂର୍ଯ୍ୟ ନଗର ବ୍ଲକ ଯୁବ ବିଜେଡି ଡିଜିଟାଲ ସେକେଟ୍ରି ରାଜୀବ ପ୍ରଧାନ,ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ପ୍ରଦୀପ କୁମାର ଗୌଡ଼, ଆସ୍କା ବ୍ଲକ ଯୁବ ବିଜେଡି ସଭାପତି ଶିବରାମ ନାହକ,ଆସ୍କା ଏନ୍.ଏ.ସି ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାରଣା,ଆସ୍କା ଏନ୍.ଏ.ସି ଛାତ୍ର ବିଜେଡ଼ି ସଭାପତି ନିଗମାନନ୍ଦ ରାଉତ, ଆସ୍କା ବ୍ଲକ ଯୁବ ବିଜେଡି ଡିଜିଟାଲ ସେକେଟ୍ରି ପ୍ରମୋଦ କୁମାର ପ୍ରଧାନ, ଏନ୍.ଏ.ସି ଯୁବ ବିଜେଡି ଡିଜିଟାଲ ସେକେଟ୍ରି ରାଜୀବ ପାତ୍ର,ଆସ୍କା ବ୍ଲକ ଛାତ୍ର ବିଜେଡି ସଭାପତି ବିମଳ ପ୍ରଧାନ,ଆସ୍କା ବ୍ଲକ ଛାତ୍ର ବିଜେଡି ଡିଜିଟାଲ ସେକେଟ୍ରି ସାଇ ରାଜ,ଜିଲ୍ଲା ଛାତ୍ର ବିଜେଡି ଉପସଭାପତିଙ୍କ ମଧୁସୂଦନ ସ୍ୱାଇଁ,ଜିଲ୍ଲା ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଶଙ୍କର ପାଳ, ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ରାଜୀବ ପାତ୍ର, ସୁରେଶ ଡାକୁଆ ଙ୍କୁ ଆସିକା ଓ କବିସୂର୍ଯ୍ୟନଗର ର ସମସ୍ତ ନୂଆ କର୍ମକର୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି. ଏହି ଅବସରରେ ଅନୁଷ୍ଠିତ ସଭାରେ ଆଗାମୀ ଦିନରେ ଦଳ ମଜବୁତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତ ମୁଠା କୁ ଟାଣ କରି ନିର୍ବାଚନ ରେ ସଫଳତା ଆଣିବାକୁ ଆହ୍ୱାନ କରିଥିଲେ ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଓ ଯୋନ ଯୁବ ବିଜେଡ଼ି ସଭାପତି ନଚିକେତ ସ୍ୱାଇଁ। ଆଜିର ଏହି କାର୍ଯ୍ୟକ୍ରମ ରେ ଆସିକା ଓ କବିସୂର୍ଯ୍ୟନଗର ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ନିର୍ବାଚିତ ପ୍ରତନିଧି ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *