ରାସ୍ତା ମଝିରେ ଭୟଙ୍କର ଗାତ; ଯଥା ଶୀଘ୍ର ନିର୍ମାଣ ନିମନ୍ତେ ସାଧାରଣ ରେ ଦାବୀ..!

!!! ରାୟଗଡା ଜିଲ୍ଲା ରୁ ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡା ଜିଲ୍ଲାର କେସିଙ୍ଗପୁର ରେଳ ଲାଇନ କୁ ଯାଇଥିବା ରାସ୍ତା ଉପରେ ଏକ ବଡ଼ ଗାତ ସୃଷ୍ଟି ହୋଇଛି। ଯାହାକି ଆଗାମୀ ଦିନରେ ଏକ ବଡଧରଣର ଦୁର୍ଘଟଣା ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇନପରେ। ଏହା ଏକ ମାତ୍ର ରାସ୍ତା ଷ୍ଟେସନ ପାଇଁ ଅନ୍ୟ ବିକଳ୍ପ ନାହିଁ ରେଳ ଷ୍ଟେସନ କୁ ଯିବାପାଇଁ ତେଣୁ ଏହି ରାସ୍ତା ମରାମତି କରିବାକୁ ଜଣ ସାଧାରଣ ଦବୀ ଜଣାଇଛନ୍ତି। ସୂଚନା ଯୋଗ୍ୟ ଏହିକିଯେ ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଗପୁର ବ୍ଲକ ଅନ୍ତର୍ଗତ ସିକରପାଇ ରେଳ ଷ୍ଟେସନ କୁ ଯିବା ବେଳେ ଘାଟି ଉଠିବା ବେଳେ ଠିକ୍ ବାଙ୍କ ନିକଟରେ ପାହାଡିଆ ପାଣି ପାଇଁ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି। ତେଣୁ ରେଳ ଷ୍ଟେସନ କୁ ଯିବାପାଇଁ ଆଉ ବିକଳ୍ପ ନାହିଁ। ଅଟୋ କିମ୍ବା ଅନ୍ୟ ଗାଡି ଯିବାକୁ ବାଟ ନାହିଁ କି ଚାଲିକି ଯିବା ମଧ୍ୟ ସହଜ ନାହିଁ କାରଣ ଏହା ବଡ଼ ଘାଟି ଓ ଜଙ୍ଗଲିଆ ଜାଗା ଅଟେ। ଏନେଇ ଗ୍ରାମବାସୀ ମାନେ ଏହି ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମର ଭଦ୍ରବ୍ୟକ୍ତି ଓ ବୁଦ୍ଧିଜିବୀ ମାନେ ଯଥା ଶୀଘ୍ର ଯୁଦ୍ଧ କାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରାନଗଲେ ଏହି ଦାବୀ ପୂରଣ ପାଇଁ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଧମକ ଦେଇଛନ୍ତି। ସୂଚାଇ ଦେବାକୁ ପଡେ ଏହିକି ଏହି ଅଂଚଳର ଲକ୍ଷାଧିକ ଜନତା ଏହି ଷ୍ଟେସନ ଉପରେ ନିର୍ଭର କରି ଚଳନ୍ତି, ଏହି ଧାରଣା ଦେଇ ରାଜଧାନୀ ଭୁବନେଶ୍ବର, ଓ ପଡୋଶୀ ରାଜ୍ୟକୁ ସଂଯୋଗ କରୁଥିବା ଯୋଗୁଁ ଲୋକ ମାନେ ହଇରାଣ ହେଉଛନ୍ତି ତେଣୁ ଯଥା ଶୀଘ୍ର ଏହାର୍ ମରାମତି ନିମନ୍ତେ ସାଧାରଣ ରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *