ଦୀପା ବାରିକଙ୍କ ମାଧ୍ୟମରେ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ସହାୟତା ପାଇଲେ ଭାଗୀରଥୀ ଓରଫ୍ ଗିରିଧାରୀ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବରଗଡ଼) – ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ମାଧ୍ୟମରେ ବରଗଡ଼ ଜିଲ୍ଲାର ଦୁଇଜଣ ଅସହାୟ ରୋଗୀ ଆର୍ଥିକ ସହାୟତା ପ୍ରାପ୍ତ କରିଛନ୍ତି। ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ଜଣେ ଇସ୍କନ ଧର୍ମାବଲମ୍ବୀ ସାମାଜିକ କର୍ମୀ ରାଜେଶ କୁମାର, ସେ ଦୀପା ବାରିକଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ବିଭିନ୍ନ ଅସହାୟଙ୍କୁ ସହାୟତା କରୁଥିବା ଜାଣି କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଯାହାକୁ କିଛି ଅସହାୟ ଲୋକଙ୍କ ମଧ୍ୟରେ ବଣ୍ଟନ କରିଦେବା ପାଇଁ ଅନୁରୋଧ କରିଥିଲେ ।ସୂଚନା ଅନୁଯାୟୀ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ କୁଲାଣ୍ଟି ଗ୍ରାମର ଗିରିଧାରୀ ଭୋଇଙ୍କ ମୁହଁରେ ଏକ ଆବୁ ବାହାରିଛି ଯାହାର ଅସ୍ତ୍ରୋପଚାର କରିବାର ନିତାନ୍ତ ଆବଶ୍ୟକ ହେଉଛି। ତାଙ୍କୁ ବର୍ତ୍ତମାନ ଭୀମସାର ବୁର୍ଲାରେ ଭର୍ତ୍ତି କରାଯାଇଛି,ଆର୍ଥିକ ରୂପେ ଅସ୍ବଚ୍ଛଳ ଉକ୍ତ ବ୍ୟକ୍ତିଙ୍କ ସହାୟତା ପାଇଁ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହୋଇଥିଲା। ଦୀପା ବାରିକ ଏହି ଖବର ଜାଣିଲା ପରେ ଫୋନ ମାଧ୍ୟମରେ ତାଙ୍କୁ ଯୋଗାଯୋଗ କରି ଫୋନ ପେ ମାଧ୍ୟମରେ ଆର୍ଥିକ ସହାୟତା ଯୋଗେଇଦେଇଛନ୍ତି। ଅଗାମୀ ଦିନରେ ଗିରିଧାରୀଙ୍କ ଅସ୍ତ୍ରୋପଚାର ହେବାର ଅଛି ଯେଉଁଥିପାଇଁ ତାଙ୍କୁ କିଛିଦିନ ବୁର୍ଲାରେ ରହିବାକୁ ପଡ଼ିବ ବୋଲି ସୂଚନା ରହିଛି, ଏହି ସହାୟତା ରାଶି ପାଇବା ଦ୍ୱାରା ଗିରିଧାରୀଙ୍କ ପରିବାର ଦୀପାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଜଣେ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଦୁଇଜଣ ଅସହାୟ ରୋଗୀଙ୍କ ପରିବାର ସହାୟତା ପାଇଥିବାରୁ ଦୀପାଙ୍କୁ ତଥା ରାଜେଶ କୁମାରଙ୍କୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *