!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବ୍ରହ୍ମପୁର) – ମହାନଗର ମାନ୍ୟତା ପାଇବାର ଦୀର୍ଘ ବର୍ଷ ବିତିଯାଇଥିଲେ ବି ବ୍ରହ୍ମପୁର ସହରର ଅଧିକାଂଶ ସାହିରେ ରାସ୍ତା, ନାଳ ସଂକଟlପନ୍ନ ଅବସ୍ଥାରେ ରହିଛି l 36ନଂ ୱାର୍ଡ ଲାଞ୍ଜିପଲ୍ଲୀ ଉମାନଗର ଅଞ୍ଚଳରେ ଆଜି ମଧ୍ୟ ରାସ୍ତା ଓ ନାଳ ର ଅଭାବରେ ରାସ୍ତା ଉପରେ ମଇଳା ପାଣି ବୋହିବା, ବର୍ଷା ଦିନେ ରାସ୍ତାରେ ମୀନ ଖେଳିବା, ବିଭିନ୍ନ ପ୍ରକାର ସାପ,ଶରୀସୃପ ଆଦି ଦେଖାଯିବl ଭଳି ଅଭାବନୀୟ ପରିସ୍ଥିତି ଦେଖାଯାଉଛି l ବର୍ଷାଦିନେ ଯାତାୟତ ସମ୍ପୂର୍ଣ ବନ୍ଦ ହୋଇପଡୁଛି l ଦୈନିକ ବହୁସଂଖ୍ୟାରେ ଲୋକ ଖାଲଖମାରେ ପଡି, ପାଦ ଖସି ଆହତ ହେଉଛନ୍ତି l ବାରମ୍ବାର ଅଭିଯୋଗ ସତ୍ୱେ ମହାନଗର କମିଶନର କୌଣସି ପଦକ୍ଷେପ ନେଉନାହାନ୍ତି l ସୂଚନାଯୋଗ୍ୟ ଯେ, ଉମlନଗର ଅଷ୍ଟମ, ନବମ ଲାଇନର ଏହି ରାସ୍ତା ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେଉଥିବା ବେଳେ ଦୈନିକ ଶହ ଶହ ଯାନବାହାନ ଏହି ରାସ୍ତାକୁ ମୁଖ୍ୟ ରାସ୍ତା ଭାବେ ବ୍ୟବହାର କରୁଛନ୍ତି l ସାହି ବାସିନ୍ଦା କମିଶନରଙ୍କୁ ସାକ୍ଷାତ କରି ଅବଗତ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଇନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ଉମାନଗର ସପ୍ତମ,ଅଷ୍ଟମ, ନବମ ଲାଇନର ରାସ୍ତା ଓ ନାଳ ଅତ୍ୟନ୍ତ କଦର୍ଯ୍ୟ ସ୍ଥିତିରେ ରହିଛି l ପ୍ରକାଶ ଯୋଗ୍ୟଯେ, ଉକ୍ତ ଅଂଚଳ ମହାନଗର ନିଗମର 36ନଂ ୱାର୍ଡ ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ ଅଂଚଳ ହୋଇଥିବାରୁ ବର୍ତମାନ ଅଞ୍ଚଳବାସୀଙ୍କ ସମସ୍ୟା ବୁଝିବାକୁ ଶାସକ ଦଳ ର ପ୍ରତିନିଧି କିଏ ! ଜନଗଣଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି l ଅନ୍ୟପକ୍ଷରେ ୟୁଜର୍ସ ଫି ଲାଗୁ କରିବା, ଘର ଟିକସ ବହୁ ଗୁଣରେ ବୃଦ୍ଧି କରିବା ତଥା ବିଭିନ୍ନ ପ୍ରକାର ଟିକସ ଲଦିବାରେ କମିଶନର ମହୋଦୟ ବଡ଼ ଆଗଭର ହୋଇପଡୁଥିବାବେଳେ ଲୋକଙ୍କ ମୌଳିକ ସମସ୍ୟାଗୁଡିକୁ ସମାଧାନ କରିବାରେ ସମ୍ପୂର୍ଣ ଭାବେ ବିଫଳ ହୋଇଛନ୍ତି l ତୁରନ୍ତ ଉମାନଗର ଅଂଚଳର ରାସ୍ତା, ନାଳ ନିର୍ମାଣ ପାଇଁ ସାହିର ବରିଷ୍ଠ ନାଗରିକ ଶଙ୍କର ପ୍ରସାଦ ଦାଶ ଓ ଅନ୍ୟ ମାନେ ଦାବିକରିଛନ୍ତି।

LEAVE A REPLY

Please enter your comment!
Please enter your name here