!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ କୁଜେନ୍ଦ୍ରୀ ପଞ୍ଚାୟତ ଅନ୍ତର୍ଗତ ନାରାୟଣଗୁଡା ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଅନିୟମିତତା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି କେନ୍ଦ୍ର ର ଅଙ୍ଗନବାଡି ଙ୍କ ମନମୁଖୀ କାର୍ଯ୍ଯ କୁ ବିରୋଧ କରି ଆଜି ଶତାଧିକ ଗ୍ରାମବାସୀ ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି। ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ଗମାଙ୍ଗ ନିୟମିତ ଭାବେ ଶିଶୁ ମାନଙ୍କୁ ପ୍ରାକ୍ ଶିକ୍ଷା ଦେଉନଥିବା, ଶୁଖିଲା ଖାଦ୍ୟ ବଣ୍ଟନ ରେ ଦୁର୍ନତୀ କରିବା,ଶିଶୁ ଙ୍କ ନିମନ୍ତେ ଆସୁଥିବା ଅଣ୍ଡା ଠିକ ଭାବେ ପ୍ରଦାନ କରୁନଥିବା, ଖେଳଣା ସହ ଆସବାବପତ୍ର କିଣିବାରେ ଅନିୟମିତତା ସହିତ ଗ୍ରାମର ଶିଶୁ ଓ ତାଙ୍କ ମାଁ ଙ୍କୁ ନାଲି ଆଖି ଦେଖାଇବା ସହ ଖରାପ ବ୍ଯବହାର କରୁଥିବା ଏପରିକି କେନ୍ଦ୍ର କୁ ନିଜ ଘର ଭାବି ନେଇଥିବା ସହ କେନ୍ଦ୍ର କୁ ଆସୁଥିବା ଶିଶୁ ଙ୍କୁ ଶୌଚାଳୟ ବ୍ୟବହାର କରିବା କୁ ସୁଯୋଗ ଦେଉନଥିବା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଜୟନ୍ତୀ ଗମାଙ୍ଗ ଙ୍କ ଏଭଳି କାର୍ଯ୍ୟକଳାପ କୁ ବିରୋଧ କରି ଅଭିଭାବକ ମାନେ ଗାଁ ର ନାଏବ ସରପଞ୍ଚ ଗୀତାଞ୍ଜଳି ଗମାଙ୍ଗ ଙ୍କ ନେତୃତ୍ଵରେ ଅଙ୍ଗନବାଡି କର୍ମୀ ଙ୍କ ପାଖକୁ ଯାଇ ପଚାରଉଚରା କରିଥିଲେ। ତେବେ ଏହି ସମୟରେ କର୍ମୀ ଜଣଙ୍କ ଓ ତାଙ୍କ କିଛି ସହଯୋଗୀ ନାଏବ ସରପଞ୍ଚ ଙ୍କୁ ଅତର୍କିତ ଆକ୍ରମଣ କରିଥିବା ଗୀତାଞ୍ଜଳି ଗମାଙ୍ଗ ଅଭିଯୋଗ କରିଛନ୍ତି।
ଏସବୁ ଘଟଣା ଘଟିଯିବା ସତ୍ତ୍ୱେ ସ୍ଥାନୀୟ ସରପଞ୍ଚ ହୁଇକା ସୁକାନ୍ତୀ ଙ୍କ ନୀରବତା ସାଧାରଣ ରେ ବିସ୍ମୟ ସୃଷ୍ଟି କରିଛି। ଏହା ପରେ ଗ୍ରାମ ର ଶତାଧିକ ଗ୍ରାମବାସୀ ଓ ଅଭିବାବକ ଗତ ତା – ୧୯ /୭/୨୧ ରିଖ ଦିନ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ଙ୍କ ନିକଟକୁ ଆସି ଫେରାଦ କରିବା ସହ ଘଟଣା ସମ୍ପର୍କ ରେ ଲିଖିତ ପତ୍ର ମାଧ୍ୟମରେ ଜଣା କରିଥିଲେ। ପରେ ଉପଜିଲ୍ଲାପାଳ ଶ୍ରୀ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଅଙ୍ଗନବାଡି ସୁପରଭାଇଜର ଲଙ୍କେଶ୍ୱରୀ ପଟ୍ଟନାୟକ ଅଙ୍ଗନବାଡି କେନ୍ଦ୍ର କୁ ଯାଇ ତଦନ୍ତ କରିଥିଲେ। ତଥାପି ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ଙ୍କ ବିରୁଦ୍ଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ହେତୁ ପୁଣି ଥରେ ଗ୍ରାମବାସୀ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଞ୍ଚି ଅଭିଯୋଗ କରିଛନ୍ତି। ତୁରନ୍ତ ଅଙ୍ଗନବାଡି କର୍ମୀ ଙ୍କୁ ବହିଷ୍କାର କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।