!!! ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!!
ବରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ , ଆମ୍ର କାନନ ନୋଡାଲ ବିଦ୍ୟାଳୟ ଓ ଚନ୍ଦନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।
ବ୍ଲକ ଅଧକ୍ଷା ସୁନନ୍ଦା ଦାସ , ବିଡ଼ିଓ ପ୍ରଭାସ ବେଉରା ଓ ରମେଶ ଚନ୍ଦ୍ର ଭଞ୍ଜ ଙ୍କ ଉପସ୍ଥିତି ରେ ବ୍ଲକ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ ହୋଇଥିବା ବେଳେ ଚନ୍ଦନ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବିମଳା ବିଶ୍ବା ଙ୍କ ଉପସ୍ଥିତି ରେ ଶିକ୍ଷକ ମକର ଧ୍ୱଜ ସାହୁ ଏବଂ ଆମ୍ର କାନନ ନୋଡାଲ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଂଘମିତ୍ରା ସାମଲ ପତାକା ଉତ୍ତୋଳନ କରିଥିଲେ ।
ସ୍କୁଲ ଛାତ୍ର ଛାତ୍ରୀ ମାନେ ପେରେଡ୍ ଯୋଗେ ମନୋରଞ୍ଜନ କରିଥିବା ବେଳେ ସମସ୍ତେ ଏକ ସ୍ୱର ରେ ଜାତୀୟ ସଂଗୀତ ଗାନ କରିଥିଲେ ।
ପରିଶେଷ ରେ ସମସ୍ତ ଙ୍କୁ ମିଷ୍ଟାନ ବଣ୍ଟା ଯାଇଥିଲା ।