କଂଗ୍ରେସକୁ ବଡ଼ ଝଟକା, ବିଜେପିରେ ମିଶିବେ ୮ ବିଧାୟକ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ କଂଗ୍ରେସକୁ ମଣିପୁରରେ ବଡ଼ ଝଟକା ଲାଗିପାରେ। ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ, ମଙ୍ଗଳବାର ପାର୍ଟିର ୮ ଜଣ ବିଧାୟକ ବିଜେପିରେ ସାମିଲ୍ ହୋଇପାରନ୍ତି। ଅନ୍ୟପକ୍ଷରେ ମଣିପୁର ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଗୋବିନ୍ଦାସ୍ କୋନ୍ଥୁଜାମ ମଧ୍ୟ ଇସ୍ତଫା ଦେଇସାରିଛନ୍ତି। ଗୋବିନ୍ଦାସ୍ ବିଷ୍ଣୁପୁର ଆସନରୁ ୬ଥର ବିଧାୟକ ରହିସାରିଛନ୍ତି। ତାଙ୍କୁ ଡିସେମ୍ବର, ୨୦୨୦ରେ ମଣିପୁର ୟୁନିଟର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ଆସନ୍ତାବର୍ଷ ହେବାକୁଥିବା ବିଧାନସଭା ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହ ପୁଣିଥରେ କ୍ଷମତା ହାସଲ କରିବାକୁ ପ୍ରୟାସ କରିବେ। ଗତ ଜୁନରେ ଶାରଦା ଦେବୀଙ୍କୁ ବିଜେପିର ଅଧ୍ୟକ୍ଷ କରାଯାଇଛି। ଏଏନଆଇ ମୁତାବକ, ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ସୁନିଶ୍ଚିତ କରିଛନ୍ତି ଯେ ଶାରଦା ଦେବୀଙ୍କ ନାମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ତାଙ୍କ ପୂର୍ବରୁ ପାର୍ଟିର ରାଜ୍ୟ ମୁଖ୍ୟ ସାଇଖୋମ ଟିକେନ୍ଦ୍ର ସିଂଙ୍କର କୋଭିଡ-୧୯ କାରଣରୁ ମେ ମାସରେ ଦେହାନ୍ତ ହୋଇଥିଲା। ଏହା ବ୍ୟତୀତ ବିଜେପି ଆସାମରେ ଭାବେଶ କାଲିତାଙ୍କୁ ଦଳର ଅଧ୍ୟକ୍ଷ କରିଛି। ସେ ରଞ୍ଜିତ କୁମାର ଦାସଙ୍କ ସ୍ଥାନ ନେଇଥିଲେ। ଦିନକ ତଳେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ନବଜୋତ୍ ସିଂହ ସିଦ୍ଧୁଙ୍କୁ ପଞ୍ଜାବରେ ପାର୍ଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏହା ପୂର୍ବରୁ ସିଦ୍ଧୁ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ମଧ୍ୟରେ ଅନେକ ବିବାଦ ସାମ୍ନାକୁ ଆସିଥିଲା। ଏବେବି ଦୁହିଁଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ବିବାଦ ବଢ଼ୁଥିବା ଦେଖି ଶୀର୍ଷ ନେତୃତ୍ୱ ତିନି ଜଣିଆ ସଦସ୍ୟ ଗଠନ କରିଥିଲେ। ଏହାବ୍ୟତୀତ ଖୋଦ୍ ରାହୁଲ୍ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ବାଡ୍ରା ମଧ୍ୟ ଦୁଇ ନେତାଙ୍କୁ ସାକ୍ଷାତ କରିଥିଲେ।

Leave a Reply

Your email address will not be published. Required fields are marked *