ବେଗୁନିଆପଡ଼ା ବ୍ଲକ ପ୍ରଶାସନର ଓଡ଼ିଆ ଭାଷାର ମର୍ଯ୍ୟାଦାହୀନ ଓ ତ୍ରୁଟିଯୁକ୍ତ ଚିଠି …!
!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବେଗୁନିଆପଡା)- ସରକାରୀ ଚିଠିପତ୍ରରେ ବନାନ ଅଶୁଦ୍ଧ । ତ୍ରୁଟିଯୁକ୍ତ ଓଡ଼ିଆ ଚିଠି ପ୍ରକାଶ କରିଛନ୍ତି ବେଗୁନିଆପଡ଼ା ବ୍ଲକ ପ୍ରଶାସନ। ରାଜ୍ୟରେ ଓଡ଼ିଆ ଭାଷାର ଚିଠିପତ୍ର ସରକାରୀ ସ୍ତରରେ ଆଦାନ ପ୍ରଦାନ ପାଇଁ ଏଭଳି ତ୍ରୁଟି ଅକ୍ଷମଣୀୟ । ଓଡ଼ିଆ ଭାଷାରେ ଲିଖିତ ଚିଠିରେ ଥିବା ତ୍ରୁଟିଗୁଡ଼ିକ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିବା ସହ ସମାଲୋଚନା କରିଛନ୍ତି ଭାଷାପ୍ରେମୀ । ଗତ ଜୁଲାଇ ୧୪ ତାରିଖରେ ଉଭୟ ମହାସଂଘ ଓ ଆଞ୍ଚଳିକ ମଞ୍ଚ ସ୍ତରରେ କାର୍ଯ୍ୟକାରୀ କମିଟିର ପୁନଃ ଗଠନ ସମ୍ବନ୍ଧରେ ଏ ଚିଠି ସମସ୍ତ ପଞ୍ଚାୟତର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ ଲେଖିଛନ୍ତି । ଓଡ଼ିଆ ଭାଷାରେ ଲେଖାଯାଇଥିବା ଏହି ଓଡ଼ିଆ ଚିଠିରେ ଇଂରାଜୀ ଛୁଙ୍କ ଦିଆଯିବା ସହ ପ୍ରାୟ ୧୦ରୁ ଅଧିକ ଥର ତ୍ରୁଟି ରହିଛି । ଚିଠି ଆରମ୍ଭରୁ ଚିଠି ସଂଖ୍ୟା ବଦଳରେ ଇଂରାଜୀରେ letter no ଲେଖା ଅଛି । ତାରିଖ ବଦଳରେ date ଲେଖା ଅଛି ।

ଏହା ସହ ପ୍ରାପ୍ତେଷୁ ସ୍ଥାନରେ ଇଂରାଜୀ ଭାଷାରେ to ଲେଖା ଅଛି । ଆଉ reference ମଧ୍ୟ ଇଂରାଜୀରେ ଲେଖାଯାଇଛି । ଏହା ସହ ଓଡ଼ିଆ ଶବ୍ଦକୁ ଦଶରୁ ଅଧିକ ଥର ଭୁଲ କରାଯାଇଛି । ଯେପରିକି କର୍ମକର୍ତ୍ତା, ପରିବର୍ତ୍ତନ, କୌଣସି, ଉପରୋକ୍ତ, ଉଲ୍ଲଂଘନ, ନିର୍ଦ୍ଧାରିତ ଭଳି ଶବ୍ଦର ଭୁଲ ବନାନ ଲେଖାଯାଇଥିବା ବେଳେ ଇଂରାଜୀ ଶବ୍ଦ ଫର୍ମାଟ ମଧ୍ୟ ଭୁଲ ଲେଖାଯାଇଛି । ପରିବର୍ତ୍ତନ ଓ ଉପରୋକ୍ତ ଶବ୍ଦର ବନାନକୁ ବାରମ୍ବାର ଭୁଲ ଲେଖାଯାଇଛି । ପ୍ରଥମ କଥା ହେଉଛି, ସରକାରୀ କାମ ଓଡ଼ିଆରେ ହେବ ବୋଲି ନିୟମ ହୋଇଥିଲେ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟ ଇଂରାଜୀ ଛୁଙ୍କ ଚିଠିରେ ମାରିଛନ୍ତି। ଆହୁରି ସାଂଘାତିକ କଥା ହେଉଛି, ଚିଠିରେ ପ୍ରାୟ ସବୁ ଧାଡ଼ିରେ କିଛି ନା କିଛି ବ୍ୟାକରଣଗତ ତ୍ରୁଟି ଅଛି। ଜଣେ ନିଭୁର୍ଲ ଓଡ଼ିଆରେ ଲେଖିଲେ ସେଥିରେ ତାଙ୍କର ସମ୍ମାନହାନି ହେବନାହିଁ। ତେଣୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କର ଏହି ଚିଠିଟି ସାଧାରଣରେ ଚର୍ଚ୍ଚାରେ ବିଷୟ ହୋଇଛି। ଦ୍ବିତୀୟରେ, ଚିଠିଟି ଏଭଳି ଶୈଳୀରେ ଲେଖା ଯାଇଛି, ଯେପରି ଓଡ଼ିଆ ଭାଷା ଠିକ ସେ ଜାଣିନାହାନ୍ତି ବା ପଢି ସଂଶୋଧନ କରିବାରେ ସମୟ ହୋଇନି । ଏପରି ଲେଖାକୁ ନେଇ ଭାଷାପ୍ରେମୀ ଉଦବେଗ ପ୍ରକାଶ କରିବା ସହ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଆଉ ଚିଠିକୁ ନେଇ ଲୋକେ ନାପସନ୍ଦ କରିଛନ୍ତି ।

