!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର)- କରୋନା ସମୟରେ ରାଜ୍ୟ ସରକାର ଙ୍କ ବିଦ୍ୟୁତ ବିଲ ରେ ୟୁନିଟ ପିଛା ୩୦ ପଇସା ବୃଦ୍ଧି ବୋଝ ଉପରରେ ନଳିତା ବିଡ଼ା ସଦୃଶ୍ୟ । ସରକାର ସେବା କମ ଟିକସ ଅଧିକା ନୀତି ଆପଣେଇ ଜନସାଧରଣ ଙ୍କୁ ଶୋଷଣ କରିଛନ୍ତି । ଏହାର ପ୍ରତିବାଦ କରି ବିଦ୍ୟୁତ ଦର ବୃଦ୍ଧି ହ୍ରାସ କରିବା ଏବଂ ସାଧାରଣ ଜନତାଙ୍କୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଇବା ଦାବୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାତ ଦିନ ଧରି ରାଜ୍ୟ ବ୍ୟାପି ପ୍ରତିବାଦ କରିବାକୁ ଅଣ୍ଟା ଭିଡିଛି ।
ଏହି ପରିପ୍ରେକ୍ଷୀରେ ଗୁଣପୁର ବିଜେପି ପକ୍ଷରୁ ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟରେ ଆସିଥିବା ହଜାର ହଜାର ଟଙ୍କା ର କେନ୍ଦ୍ରୀୟ ସହାୟତା ରାଜ୍ୟ ସରକାର ହରିଲୁଟ କରିଥିବା ,କମ୍ପାନୀ ଉପରେ ପଡି ରହିଥିବା ଵକେୟା ଟିକସ ଆଦାୟ କରିବାରେ ବିଫଳ ହୋଇଥିବା,ଆନ୍ଧ୍ର ଓ ଗୁଜରାଟ ଭଳି ରାଜ୍ୟରେ କରାଯାଇଥିବା ତାରିଫ ଓଡ଼ିଶାରେ ପ୍ରଚଳନ କରିବା,ବିଦ୍ୟୁତ ସଂଯୋଗ ନହୋଇ ବିଲ ଆସୁଥିବା, ଉଚ୍ଚ ଶିକ୍ଷା ବିଭାଗର ଅନେଜ କଲେଜରେ ବାକି ପଡିଥିବା ଟଙ୍କା ଆଦାୟ କରାଯାଉ ନଥିବା ଭଳି କିଛି ଦାବୀ ଉପସ୍ଥାପନା କରି ପ୍ରତିବାଦ କରାଯାଇଛି ।
ଏଥି ସହିତ ବାତ୍ୟା ପରେ ମିଳିଥିବା କେନ୍ଦ୍ରୀୟ ସହାୟତା କୁ କିଭଳି କେଉଁ ଠିକାଦାର ଙ୍କ ମାଧ୍ୟମରେ ଖର୍ଚ୍ଚ କରାଯାଇଛି ଏବଂ କେତେ ପରିମାଣ ରେ କାମ ହୋଇଛି ତାହାର ସବିଶେଷ ତଥ୍ୟ ଏକ ଶ୍ୱେତ ପତ୍ର ମାଧ୍ୟମରେ ରାଜ୍ୟ ସରକାର ପ୍ରକାଶ କରନ୍ତୁ ବୋଲି ଦୃଢ଼ ଦାବୀ କରିଛି । ଏହି ବିକ୍ଷୋଭ ରେ ଭଜପା ଜିଲ୍ଲା ସମ୍ପାଦକ ଶ୍ରୀରବି ଶଙ୍କର ଗମାଙ୍ଗ , କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରେମ ପଣ୍ଡା , ଗୁଣପୁର ନଗର ସଭାପତି ଶ୍ରୀ ଶ୍ରୀନିବାସ ସ୍ଵାଇଁ ,ଜିଲ୍ଲା ଭଜପା କୋଷାଧକ୍ଷ ପେଦିନା ନାଗାରାଜୁ , ବରିଷ୍ଠ ବିଜେପି ନେତା ୱାଇ॰ଗଣପତି ଙ୍କ ସମେତ ବହୁ ବିଜେପି ପ୍ରେମ ଯୋଗ ଦେଇଥିଲେ ।

