ଏଥର ସମ୍ଭାଳ ବ୍ୟୁରୋ (ଗଜପତି ) – ମହାବିଦ୍ୟାଳୟ ଓ ସ୍କୁଲ ସ୍ତରର ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ବିଜ୍ଞାନ ଓ ବୈଷୟିକ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ପ୍ରଚାର ପ୍ରସାର କରାଇବା ସହ ଛାତ୍ରଛାତ୍ରୀ ଅଭିମୁଖୀ ପ୍ରିୟ କରାଇବା ଉଦ୍ଦେଶ୍ୟ ନେଇ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣପତି ସାବତ ଫାଉଣ୍ଡେସନ ଆନୁକୁଲ୍ୟରେ ନୁ୍ୟଦିଲ୍ଲୀ ସ୍ଥିତ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଯୋଗାଯୋଗ ଜାତୀୟ ପରିସର ସହାୟକରେ ଗଜପତି ମହାବିଦ୍ୟାଳୟର ବିଜ୍ଞାନ ଓ ପରିବେଷ ସମିତି ଏବଂ ଆଇକୁ୍ୟଏସି ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ଗଣପତି ସାବତ ଫାଉଣ୍ଡେସନ ର ମୁଖ୍ୟ ଡ: ବିନୋଦ କୁମାର ସାବତ ଏବଂ ପ୍ରଫେସର ଡ: ମଳୟ ମିଶ୍ର ଅତିଥି ଭାବେ ଯୋଗ ଦେଇ ମିଳିତ ଭାବେ ଉଦ୍ଘାଟନ କରିଥିଲେ । ପରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରି ପ୍ରଦର୍ଶିତ କରାଇଥିବା ବିଜ୍ଞାନ ପ୍ରକଳ୍ପ ଗୁଡିକ ବୁଲି ଦେଖି ପ୍ରକଳ୍ପ କାରୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରକଳ୍ପ ପ୍ରସ୍ତୁତିର ଉଦ୍ଦେଶ୍ୟ ଓ ଭବିଷ୍ୟତ ଉପରେ ପଚାରି ବୁଝି ପ୍ରଶଂସା କରିଥିଲେ । ପରେ ସେମିନାର ହାଲ ଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଜ୍ଞାନ ଏବଂ ପରିବେଶ ସମିତି ବିଭାଗୀୟ ସଂଯୋଜକ ଡ: ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଡ: ବିନୋଦ ଚନ୍ଦ୍ର ସାବତ ଏବଂ ଅନ୍ୟତମ ଅତିଥି ପ୍ରଫେସର ଡ: ମଳୟ ମିଶ୍ର ଯୋଗ ଦେଇ କେବେଳ ବିଜ୍ଞାନ ସମ୍ୱନ୍ଧୀୟ ଜରନାଲ ପଢି ଦେଲେ ହେବ ନାହିଁ ପ୍ରାକ୍ଟିକାଲ ଗୋଟିଏ ଜିନିଷ ନ ଦେଖିଲେ ଠିକ ଭାବେ ଜାଣି ହେବ ନାହିଁ । ସାଂପ୍ରତିକ ସ୍ଥିତିରେ ବିଜ୍ଞାନ କଣ ଓ ଏହାର ଆବଶ୍ୟକତା ଜାଣିଲେ ହିଁ ଆଗକୁ ମନରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ର୍ରେକ ହେବ ତେଣୁ ଏଭଳି କାର୍ଯ୍ୟକ୍ରମ ତଥା ବିଜ୍ଞାନ ପ୍ରଦର୍ଶନୀ ଦ୍ୱାରା ଛାତ୍ରଛାତ୍ରୀଙ୍କ ବୈଷୟିକ ବିଜ୍ଞାନ ଉପରେ ବିକାଶ ହୋଇ ନୂତନ ଉଦ୍ଭାବନ ପାଇଁ ଆକର୍ଷିତ ହୋଇପାରିବେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ:ଏସ କେ ମଲ୍ଲିକ ବିଜ୍ଞାନ ପ୍ରଦର୍ଶନର ଉଦ୍ଦେଶ୍ୟ ସମ୍ପର୍କରେ କହିଥିବା ବେଳେ ବରିଷ୍ଠ ଅଧ୍ୟାପକ ଡ: ଦେବଦାସ ସାହୁ ଧନ୍ୟବାଦ ଦେଇଥିଲେ । ଉଦ୍ଯାପନୀ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଯୋଗ ଦେଇ କୃତୀ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତକାରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ ପଟ୍ଟନାୟକ ଯୋଗ ଦେଇ ଆଞ୍ଚଳିକ ସମସ୍ୟା ଗୁଡିକ ବିଜ୍ଞାନ ପ୍ରକଳ୍ପ ମାଧ୍ୟମରେ କିଭଳି ସମାଧାନ ହୋଇପାରିବ ମୁଖ୍ୟତଃ ସେହିଭଳି ବିଜ୍ଞାନ ପ୍ରସ୍ତୁତ କରାଯିବା ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ ଏବଂ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲାର ସମସ୍ତ ୭ଗୋଟି ବ୍ଲକାଞ୍ଚଳକୁ ବହୁ ସଂଖ୍ୟାରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନେ ଆକର୍ଷଣୀ ବିଜ୍ଞାନ ପ୍ରକଳ୍ପ ମାନ ପ୍ରସ୍ତୁତ କରି ପ୍ରଦର୍ଶନ କରାଇଥିଲେ ।