!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବ୍ରହ୍ମପୁର) – ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦରବୃଦ୍ଧି ବିରୋଧରେ ଜୁଲାଇ ୧୫ ତାରିଖ ଦିନ ସାରା ଓଡିଶା ଛଅ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବାମ ଦଳ ଏହାକୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି l ଯାହାରୀ ଫଳରେ ଆଜି ଗଞ୍ଜାମ ଜିଲ୍ଲା ଆସିକା କବିସୂର୍ଯ୍ୟନଗର ସହର ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି l
ସହର ର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ବସ ଚଳାଚଳ ସମ୍ପୂର୍ଣ୍ଣ ରୁପେ ବନ୍ଦ ରହିଛି l ଆଜି ସକାଳୁ ସକାଳୁ ଦଳୀୟ କର୍ମୀମାନେ ସହର ସାରା ପିକେଟିଙ୍ଗ କରିବା ସହିତ ଆସିକା ବିଜୁ ପଟ୍ଟନାୟକ ଛକ, ପୁରୁଣା ଓ ନୂତନ ବସଷ୍ଟାଣ୍ଡ ଛକ ସମେତ କବିସୂର୍ଯ୍ୟନଗର ବନଦେବୀ ମନ୍ଦିର ଛକ ଓ ବସଷ୍ଟାଣ୍ଡ ନିକଟରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି l ଏହାକୁ ଅଞ୍ଚଳ ବାସି ସମର୍ଥନ କରି ସହର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି l