କ୍ୟାନ୍‌ସର ହସ୍ପିଟାଲ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଦୁଇଟି ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌। ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ ଭୁବନେଶ୍ୱର ଇନ୍‌ଫୋଭ୍ୟାଲିରେ ଆଜି ଏହି କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହସ୍ପିଟାଲ ଦୁଇଟି ହେଲା, ବାଗ୍‌ଚୀ-ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଓ ବାଗ୍‌ଚୀ-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର। ଓଡ଼ିଶା ସ୍କିଲ ଡେଭଲପ୍‌ମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗ୍‌ଚୀ ଦାନ କରିଥିବା ୩୪୦ କୋଟି ଟଙ୍କାରେ ଦୁଇଟି ଯାକ ହସ୍ପିଟାଲ ହେବ। ୭୫୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲର ପରିଚାଳନା କରିବ ଶ୍ରୀଶଙ୍କର ଫାଉଣ୍ଡେସନ। ସେହିପରି ବେଙ୍ଗଲୁରୁର ହସ୍‌ପିସ୍‌ ଫାଉଣ୍ଡେସନ ହାତରେ ରହିବ ପାଲିଏଟିଭ କେୟାରର ପରିଚାଳନା। ପାଲିଏଟିଭ କେୟାର ୟୁନିଟ ୧୧୦ ଶଯ୍ୟା ବିଶିଷ୍ଟ ହେବ। ଏହା ମାଗଣାରେ ସେବା ଯୋଗାଇ ଦେବ। ଏହି ଦୁଇ ହସ୍ପିଟାଲ ଦ୍ୱାରା ଓଡ଼ିଶାର ଲୋକ ବିଶେଷ କରି ଗରିବ ଲୋକେ ଉପକୃତ ହେବେ। ହସ୍ପିଟାଲ ନିର୍ମାଣରେ ଓଡ଼ିଶା ସରକାର ସବୁ ପ୍ରକାର ସାହାଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *