କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ତୈଳ , ଖାଉଟି ସାମଗ୍ରୀ ର ଦରବୃଦ୍ଧି ଓଅଭାବୀ ଧାନ ବିକ୍ରି ଓ ପ୍ରତିବାଦରେ କଂଗ୍ରେସର ପ୍ରତିବାଦ ସଭା ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସର୍ମାଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି)- ସମଗ୍ର ଦେଶରେ ଲୋକେ କୋରୋନା ମହାମାରୀ କବଳରେ ପଡ଼ି ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଅପାରଗ କେନ୍ଦ୍ର ସରକାରଙ୍କ ଜନବିରୋଧୀ ତଥା ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ନୀତି “ବେଡି ଉପରେ କୋରଡ଼ା ମାଡ଼ ” ସଦୃଶ ସାଜିଛି। ଏହାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ନିର୍ଦେଶ କ୍ରମେ ସାରା ରାଜ୍ୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଳକ ଠାରେ ପ୍ରତିବାଦ ସଭାମାନ ଅନୁଷ୍ଠିତ ହୋଇଯାଇଛି। ଆଜି ଭବାନୀପାଟଣା ସଦର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ବ୍ଳକ ସଭାପତି ସୁବାଷ ପ୍ରଧାନ, ଟାଉନ ସଭାପତି ସିଦ୍ଧାର୍ଥ ନାୟକ, କାର୍ଯ୍ୟକାରୀ ସଭାପତି ସରୋଜ ବାଗ, ରାଜ୍ୟ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମହମ୍ମଦ ସାହେବ, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ମାଣିକ୍ୟ ସୁନା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୁକାନ୍ତି ସରାଫ ଙ୍କ ସମେତ ପୂର୍ବତନ ଟାଉନ ସଭାପତି ନିମାଞ୍ଚଳ ନାଏକ, ସୁରେଶ ପଟ୍ଟନାୟକ,ପିଣ୍ଟୁ ଅଗ୍ରୱାଲ ଓ ସୁରୁ ଧଙ୍ଗଡା ମାଝୀ ପ୍ରମୂଖ ଉପସ୍ଥିତ ଥିଲେ। ବକ୍ତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିପର୍ଯ୍ୟସ୍ତ ଅର୍ଥ ବ୍ୟବସ୍ଥା, ବେରୋଜଗାରୀ, କୃଷକ ବିରୋଧୀ କଳା ଆଇନକୁ ନେଇ କଡ଼ା ସମାଲୋଚନା କରିଥିଲେ। ଆଗାମୀ ଦିନରେ କେନ୍ଦ୍ର ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନ ନେଲେ ପ୍ରତିବାଦ କୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ସଭାକୁ ଜିଲ୍ଲା ଉପ-ସଭାପତି ଉଛ୍ଛବ ସାହୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *