ବରୀ ଠାରେ ସବୁଜ କାର୍ଡ ଧାରି ମା ମାନଙ୍କ ସଭା ଅନୁଷ୍ଠିତ .

ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ

ରାମଚନ୍ଦ୍ରପୁର ଦୁର୍ଗୀ ପଡିଆ ଠାରେ ସବୁଜ କାର୍ଡ ଧାରି ମା ମାନଙ୍କ ଏକ ସୋଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଶା ସବୁଜ ପତ୍ରିକା ମହିଳା ମହା ସଂଘର ସଭାନେତ୍ରୀ ଲକ୍ଷ୍ମୀଦେବୀ,ପୁରୀ ଜିଲ୍ଲା ସଭାନେତ୍ରୀ ମଞ୍ଜୁଳା ମହାପାତ୍ର ,ଯାଜପୁର ଜିଲ୍ଲା ସଭାନେତ୍ରୀ ସ୍ଵର୍ଣ୍ଣଲତା ରାଉତ,କାର୍ଯ୍ୟ କାରୀ ସଭାନେତ୍ରୀ ସ୍ଵର୍ଣ୍ଣଲତା ଜେନା ,ଜିଲ୍ଲା ସଂଯୋଜିକା ଚିନ୍ତାମଣି ମହାପାତ୍ର,ବ୍ଲକ ସଭାନେତ୍ରୀ ମଧୁସ୍ମିତା ଦାସ ,ସମ୍ପାଦିକା ସୁମିତ୍ରା ରଥ ଓ ସନ୍ଧ୍ୟାରଣୀ ନାୟକ ଉପସ୍ଥିତ ରହି ମା ମାନଙ୍କ ଅସୁବିଧା ନେଇ ଆଲୋଚନା କରିଥିଲେ । ଓଡିଶା ମହାସଂଘ ପକ୍ଷରୁ ଗତ ବର୍ଷ ନଭେମ୍ବର ୨୦ ତାରିଖ ଦିନ ନବୀନ ନିବାସ ଠାରେ ସବୁଜ କାର୍ଡଧାରି ମା ମାନେ ପାଇବାକୁ ଥିବା ସମସ୍ତ ସୁବିଧାରୁ ବଞ୍ଚିତ ହେଉଥିବା ନେଇ ଏକ ଦାବି ପତ୍ର ପ୍ରଦାନ କରାଯାଇଥିବା ମହା ସଂଘ ସଭାନେତ୍ରୀ ଉପସ୍ଥାପନା କରିଥିଲେ । ଆଗାମୀ ଦିନରେ ମା ମାନଙ୍କୁ ୧୦୦୦ ତାଙ୍କ ଭତା ,ଭୂମିହୀନ ଙ୍କୁ ଭୂମି ପ୍ରଦାନ ଅଳ୍ପ ସୁଦ୍ଧ ହାରରେ ଗୃହ ରୁଣ ଯୋଗାଇ ଦେବା ଏବଂ ସ୍ୱାସ୍ଥ୍ୟ ବୀମା ଯୋଜନା ରେ ମା ମାନଙ୍କୁ ଅନ୍ତରଭୁକ୍ତ କରିବା ଭଳି ଦାବୀ ଗୁଡିକ ଉପରେ ସଭାରେ ଆଲୋଚନା କରାଯାଇଥିଲା । ମହା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯାଇଥିବା ଦାବୀ ପତ୍ର ରେ ଏଗୁଡିକ ଉପସ୍ଥାପନା କରାଯାଇଥିବା ସତ୍ତ୍ୱେ ଏନେଇ ଏଯାବତ କୌଣସି ପଦକ୍ଷେପ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇନଥିବା ନେଇ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *