!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ଗୁଣପୁର)- ଗୁଣପୁର ଅଞ୍ଚଳ ରେ ବଂଶଧାରା ନଦୀ ପଠାରୁ ନିୟମିୟ ବାଲି ଚୋରା ଚାଲାଣ କରାଯାଉଛି ବୋଲି ଗଣ ମଧ୍ୟମରେ ଖବର ପ୍ରକାଶ ପାଇବା ସହ ବିରୋଧୀ ଭାଜପା ପକ୍ଷରୁ ଅଭଯୋଗ ହୋଇଛି । ଏପରିକି ବଢ଼ି ପାଣିର ଗତିରୋଧ କରିବା ନିମନ୍ତେ ବଂଶଧାରା କୂଳରେ ନିର୍ମିତ୍ତ ଆଦିବନ୍ଧ କୁ କାଟି ରାସ୍ତା ନିର୍ମାଣ କରି ବାଲି ମାଫିଆ ମାନେ ବଂଶଧାରା ନଦୀ ମୁହାଣ ରୁ ବାଲି ଉଠାଇ ନେଉଥିବା ଅଭଯୋଗ ହୋଇଥିଲା । ମାଫିଆଙ୍କ ରୀତିମତ ବାଲିଚୋରା ଚାଲାଣ ରାଜସ୍ୱ ବିଭାଗର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଵିଭାଗୀୟ କର୍ମଚାରୀ ମାନେ ବାଲି ଲୋଡିଙ୍ଗ ଟ୍ରାକ୍ଟର ଗୁଡିକ ଧରି ଜରିମାନା ଆଦାୟ ଜରୁଥିଲେ ମଧ୍ୟ ଚୋରା ଚାଲାଣ ଥମିବାର ନାଁ ନେଉନି ।
ଆଗାମୀ ବର୍ଷା ଋତୁରେ ଦୁର୍ବଳ ଅଡିବନ୍ଧ ଦେଇ ବଢ଼ି ପାଣି ସହର ମଧ୍ୟକୁ ପ୍ରବେଶ କରିବା ଆଶଙ୍କା କରି ଏବଂ କଟା ଆଡିବନ୍ଧ ଦେଇ ବାଲି ଚୋରା ଚାଲାଣ କୁ ରୋକିବା ପାଇଁ ତହସିଲଦାର ଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ନିଜେ ଉପସ୍ଥିତ ରହି କଟା ଅଡିବନ୍ଧ ରେ ଖୋଳା ଯାଇଥିବା ରାସ୍ତାକୁ ପଥର ଓ କଂକ୍ରିଟ ପୋଲ ଦେଇ ବନ୍ଦ କରିଛନ୍ତି । ତହସିଲଦାର ଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।