!!! ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟଜୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର)- ଅନ୍ଧ୍ର ଓ ଓଡ଼ିଶା ନଦୀଜଳ କୁନେଇ ୨୦୦୬ ମସିହାରୁ ଲାଗି ରହିଥିବା ବିବାଦ ଉପରେ ମାନ୍ୟବର ସୁପ୍ରିମକୋର୍ଟର ଟ୍ରିବୁନାଲ ଦେଇ ଥିବା ରାୟ। ପ୍ରକାଶ ପାଇବା ପରେ ଏନେଇ ଓଡିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିଲେ ମଧ୍ୟ ଏହାକୁ ନେଇ ବଂଶଧାରା ନଦୀ ଅବବାହିବା ଅଧିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଗୁଣପୁର ଠାରେ ସହର ର ବୁଦ୍ଧିଜୀବୀ ଓ ଯୁବ ବର୍ଗ ଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।ବଂଶଧାରା ନଦୀ ଅବବହିକା ସୁରକ୍ଷା ସମିତିର ପକ୍ଷରୁ ଏନେଇ କରାଯାଇଥିବା ଦୀର୍ଘ ଦିନର ଦାବୀ ସରକାର ପୁରଣ କରିନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା ।
ବଂଶଧାରା ନଦୀ ଜଳର ସଦ ବିନିଯୋଗ କରିବା ପାଇଁ ଏହାର ଉପର ମୁଣ୍ଡରେ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରିବା ଦିଗରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଗୁଣପୁର ଓକିଲ ସଂଘ ପକ୍ଷରୁ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିବା ନିମନ୍ତେ ବୈଠକରେ ମତ ଗ୍ରହଣ କରା ଯାଇଥିଲା । ଏହି କ୍ରମରେ ଆଜି ଗୁଣପୁର ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ବାସିନ୍ଦା ଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଷ୍ୟରେ ଏକ ସ୍ମାରକ ପାତ୍ର ଗୁଣପୁର ଉପଜିଲ୍ଲାପାଳ ଙ୍କୁ ଦେଇଛନ୍ତି। ଏଥିରେ ଗୁଣପୁର ବାସିନ୍ଦାଙ୍କ ଅସୁବିଧା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ବଂଶଧାରା ଟ୍ରିବୁନାଲ ର ରାୟ ପ୍ରକାଶ ପାଇବା ପରେ ସ୍ଥାନୀୟ ଅଧିବାସୀ ଆତଙ୍କିତ ହୋଇ କଣ କରିବେ ବୋଲି ଚିନ୍ତାରେ ଥିବାବେଳେ ଆନ୍ଧ୍ର ସରକାର ଏହି ଜଳକୁ ବ୍ୟବହାର କରୁଥିବା ଜଣାପଡିଛି । ଏହି ଜଳକୁ ଉପରେ ମୁଣ୍ଡରେ ବ୍ୟବହାର କରାଯାଇ ନପାରିବାରୁ ସମ୍ପୂର୍ଣ୍ଣ ଜଳ ଆନ୍ଧ୍ର ସରକାର ନେଇଯିବେ ବୋଲି ମତ ପ୍ରକାଶ ପାଇଛି । ବଂଶଧାରା ଜଳକୁ ଦୁଇ ରାଜ୍ୟ ସମାନ ଭାବର ବ୍ୟବହାର କରିବାର ନିୟମ ଥିବାବେଳେ ବର୍ତ୍ତମାନ ଆନ୍ଧ୍ର ସରକାର ଏହି ଜଳକୁ ବ୍ୟବହାର କରୁଥିବା ଜଣାପଡିଛି । ଗତ ୫୦ ବର୍ଷ ହେବ ବିଭିନ୍ନ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହାର ସୁଫଳ ଏଠାକାର ଅଧିବାସୀମାନେ ପାଇପାରୁନାହାନ୍ତି ।
ବଂଶଧାରା ନଦୀର ଜଳ କୁ ନିୟନ୍ତ୍ରଣ କରାଯାଇ ପାରୁ ନଥିବା ଫଳରେ ଗୁଣପୁର ଅଞ୍ଚଳବାସୀ ବଂଶଧାରା ନଦୀରେ ଆସିଥିବା ବିପଦପୂର୍ଣ୍ଣ ବଢ଼ିର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବଂଶଧାରା ର ଉପରମୁଣ୍ଡରେ ଏଭଳି ଅପୂର୍ବଘାଟନ ଅନୁଭୁଗ ହେଉଛି ।ଏଭଳି ପରିସ୍ଥିତିରେ ନବୀନ ସରକାର ଙ୍କ ଶାସନ କାଳରେ ତାରିଖ ୧୮/୦୮/୨୦୦୫ ରିଖରେ ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀ ମାନ୍ୟବର ରବି ନନ୍ଦ ବଂଶଧାରା ନଦୀ ରେ ଦେଖା ଯାଉଥିବା ବନ୍ୟା ଜଳର ଗତିରୋଧ କରିବା ନିମନ୍ତେ ଏଜ ପ୍ରକଳ୍ପର ଶୁଭଦେଇ ଏହାର ପର୍ଯ୍ୟବେକ୍ଷଣ କରିବାନିମନ୍ତେ ଗୁଡାରି ଠାରେ ଏଜ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ ।କିନ୍ତୁ ଏହି ପ୍ରକଳ୍ପର କୌଣସି କ୍ରମୋନ୍ନତି ନହୋଇ ନିଦ୍ରା ଅବସ୍ଥାରେ ପଡିରହିଲା ବଂଶଧାରା ନଦୀ ଜଳର ନିୟମିତ କରଣ ନିମନ୍ତେ କେବକ କଲମ ଓ କାଗଜ ରେ ସୀମିତ ହୋଇ ଉଚ୍ଚ ତମ ଓ ନିମ୍ନ ତମ ବଂଶଧାରା ପ୍ରକଳ୍ପ ରହିଥିବା ଅଭିଯୋଗ ହୋଇଛି । ଏହା ବର୍ତ୍ତନନ ସୁଦ୍ଧା ଜନସଧାରଙ୍କ କୃଷି ର ଉନ୍ନତି ଦିଗରେ କାର୍ଯ୍ୟ କରୁନଥିବା କୁହାଯାଉଛି । ଅଞ୍ଚଳ ବାସୀ ଙ୍କ ଏହି ସମସ୍ୟା ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେଇ ୟାସୁ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।