Site icon Ethara Sambhala

ପ୍ରତାପ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଆୟୋଜିତ ହେଲା ସାପ୍ତାହିକ ବନୀକରଣ କାର୍ଯ୍ୟକ୍ରମ …..!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର) – ବ୍ରହ୍ମପୁର ସହର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ପ୍ରତାପ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଆୟୋଜିତ ହୋଇଯାଇଛି ସାପ୍ତାହିକ ବନୀକରଣ କାର୍ଯ୍ୟକ୍ରମ । ଗତ କିଛି ସପ୍ତାହ ଧରି ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ସାପ୍ତାହିକ ବନୀକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଏହି ଅବସରରେ ନ୍ୟୁଜ୍ ଟିମ ପକ୍ଷରୁ କୁକୁଡାଖଣ୍ଡି ବ୍ଲକର ମସିହାଖାଲି ପଞ୍ଚାୟତ ପ୍ରତାପ କୃଷ୍ଣଚନ୍ଦ୍ରପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏଭଳି ବୃକ୍ଷରୋପଣ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଯୋଗ ଦେଇ ପରିବେଶକୁ ବୃକ୍ଷର ଆବଶ୍ୟକତା ଏବଂ ଏହାର ଉପାଦେୟତା ଉପରେ ଆଲୋକପାତ କରିଥିବା ବେଳେ ଅନ୍ୟତମ ଅତିଥି ରୂପେ ସ୍ଥାନୀୟ ସମିତିସଭ୍ୟ ନରସିଂହ ସାହୁ, ପଣ୍ଡିତ ଶିଶିର କୁମାର ଶତପଥି ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀନିବାସ ସାକେରୀ ଯୋଗ ଦେଇ କୋଭିଡ ଭଳି ମହାମାରୀ ସମୟରେ ଅମ୍ଲଜାନର ମହତ୍ୱ ଏବଂ ବୃକ୍ଷରୋପଣ ଦ୍ୱାରା ଏହାକୁ କିପରି ପ୍ରତିହତ କରାଯିବ ସେ ନେଇ ଆଲୋଚନା କରିଥିଲେ ।

ଏହି ଅବସରରେ ବିଦ୍ୟାଳୟ ପରିସରରେ ଅଁଳା, ବେଲ, ଆତ, ପିଜୁଳି, କରଞ୍ଜ ଭଳି ଫଳ ଏବଂ ଔଷଧୀୟ ବୃକ୍ଷର ଚାରା ଲଗାଯାଇଥିଲା । ବିଦ୍ୟାଳୟ ପରିସରରେ ଯେପରି ସବୁଜ ବଳୟ ସୃଷ୍ଟି ହେବ ସେ ନେଇ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ସ୍ଥାନୀୟ ସମିତି ସଭ୍ୟ ଶ୍ରୀସାହୁ ମତ ପ୍ରକାଶ କରିଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପବିତ୍ର ମୋହନ ପ୍ରଧାନ, ଏ ନାଗେଶ୍ୱର ରାଓ, ଶିକ୍ଷୟତ୍ରୀ ରଶ୍ମିତା ଜେନା, ବବିତା କୁମାରୀ ରାଉଳ ଏବଂ ଭାଗ୍ୟପ୍ରଭା ନ୍ୟୁଜର ସଦସ୍ୟ ଉମା ଶଙ୍କର ମିଶ୍ର, ସ୍ୱାଧିନ ସାହୁ, କିରଣ ବେହେରା, ସତ୍ୟ ସାହୁ, ଦେବେନ୍ଦ୍ର ବାଡତ୍ୟା, ଗୌରୀ ଶଙ୍କର ମିଶ୍ର, ସୁମନ ରଣା ଏବଂ ସଂଗ୍ରାମ ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ ।

Exit mobile version