Site icon Ethara Sambhala

ଦେବୋତ୍ତର ବିଭାଗ ର ଉଦାସୀନତା ଯୋଗୁଁ ମନ୍ଦିର ପୂଜକ ମନ୍ଦିର ସମ୍ପତ୍ତି କୁ ନିଜ ପୈତୃକ ସମ୍ପତ୍ତି ଭାବି ନେଉଛନ୍ତି ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଗୁଣପୁର ଏକ ଐତିହାସିକ ସହର ଏଠାରେ ଥିବା ଅନେକ ମନ୍ଦିର ପୁରାତନ କୀର୍ତ୍ତିରାଜି ର ଗାଥା କହୁଛି ଏଠାକାର ମନ୍ଦିର ଓ ଦେବୀ ଦେବତା,ପରମ୍ପରା ଆଜି ମଧ୍ୟ ରାଜା ମାନଙ୍କ ପ୍ରଚଳିତ ପ୍ରଥା କୁ ଜାରି ରଖିଛି । ଗୁଣପୁର ଦେବୋତ୍ତର ବିଭାଗ ଅଧୀନରେ ପ୍ରାୟ ୩୬ ରୁ ଅଧିକ ମନ୍ଦିର ଥିବା ବେଳେ ରଥଯାତ୍ରା ସମୟରେ ହେଉଥିବା ଆଦାୟ ରୁ ଅନ୍ୟ ସବୁ ମନ୍ଦିର ର ନୀତି କାନ୍ତି ନିମନ୍ତେ ଖର୍ଚ୍ଚ ଓ ପୂଜକ ମାନଙ୍କ ଦରମା ଦିଆଯାଇଥାଏ । ଅପରପକ୍ଷରେ ମନ୍ଦିର ମାନଙ୍କ ଉନ୍ନତି ତଥା ନିତ୍ୟ ଭୋଗ ଇତ୍ୟାଦି ନିମନ୍ତେ ସ୍ଥାନୀୟ ବଦାନ୍ୟ ବ୍ୟକ୍ତିଙ୍କ ଉପରେ ଭରସା କରାଯାଏ ।ଦେବୋତ୍ତର ବିଭାଗ ବର୍ଷରେ ଥରେ ମଧ୍ୟ ମନ୍ଦିର ପରିଦର୍ଶନ କରିବା ଅଥବା ପରିଚାଳନା ନିମନ୍ତେ ବୈଠକ କରିବା ପାଇଁ ଆଗଭର ହୁଅନ୍ତି ନାହିଁ । ଗୁଣପୁର ରାଜସ୍ୱ ନିରୀକ୍ଷକ ଙ୍କୁଏହାର ଅତ୍ୟଧିକ ଭାର ରହିଥିବାରୁ ସେଏହି ବିଷୟରେ ମୁଣ୍ଡ ପୁର।ନ୍ତି ନାହିଁ ।ଦେବୋତ୍ତର ବିଭାଗ ର ଏଭଳି ଉଦାସୀନତା ଯୋଗୁଁ ଅନେକ ମନ୍ଦିର ରେ ନୀତି କାନ୍ତି , ମନ୍ଦିର ଖୋଲିବା ସମୟ ଅନିୟମିତତା, ମନ୍ଦିର ସୁରକ୍ଷାର ବେପରୁଆ, ମନ୍ଦିର କୁ ମିଳୁଥିବା ନଦାନ ର ହିସାଵ ର ହେରଫେର, , ପ୍ରସାଦ ବିକ୍ରି ରେ ଲଗାମ ଛଡା ଭଳି ଅନେକ ବେନିୟମ ଦେଖା ଯାଉଛି । ଗୁଣପୁର ବଡ଼ ଜଗନ୍ନାଥ ମନ୍ଦିରଏ ଘଟୁଥିବା ଏଭଳି ଘଟଣା ସବୁବେଳେ ଚର୍ଚ୍ଚା ର ପରିସର ମଧ୍ୟରେ ରହୁଛି । ଦୃଷ୍ଟି ଆଢୁଆଳରେ ଗୁଣପୁର ସହରରେ ଥିବା ଏକ ମାତ୍ର ପ୍ରତ୍ନତାତ୍ତ୍ୱିକ ବିଭାଗ ଅଧୀନରେ ଥାଇ ଦେବୋତ୍ତର ବିଭାଗ ର ଶୀର୍ଷ ସ୍ଥାନ ରେ ଥିବା ବାଲାଜୀ ମନ୍ଦିର(ସାନ ଜଗନ୍ନାଥ ମନ୍ଦିର)ଦୃଷ୍ଟି ଆଢୁଆଳରେ ରହି ଏହାର ସମସ୍ୟା ଚରମସୀମା ରେ ପହଞ୍ଚିଛି । ମନ୍ଦିର କୀର୍ତ୍ତି ,ମନ୍ଦିର କଳାକୃତି ତଥା ଐତିହାସିକ ଗାଥା ଯୋଗୁଁ ପ୍ରତ୍ନତାତ୍ତ୍ୱିକ ବିଭାଗ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଅର୍ପଣ ହୋଇଛି କିନ୍ତୁ ଦେବୋତ୍ତର ବିଭାଗ ଏହି ମନ୍ଦିର ଗୋଟିଏ ପରିବାର ହାତ ରେ ଟେକି ଦେଇ ଗୁମ ହୋଇ ବସିଥିବା ଫଳରେ ଅଭିଯୋଗ ହେଉଛି ଉକ୍ତ ମନ୍ଦିର ର ପୂଜକ ଶ୍ରୀ ସୁବାଷ ସାହୁ ଓ ଶ୍ରୀ କୈଳାଶ ସାହୁ ଉଭୟ ଭାଇ ଏହାକୁ ନିଜ ପୈତୃକ ସମ୍ପତି ଭାବିନେଉଥିବା ଅଭିଯୋଗ ହେଉଛି । ମନ୍ଦିର ର ବାର ମାସ ତେର ଯାତ ନିୟମ ରହିଥିଲେ ମଧ୍ୟ ନିଜ ଇଚ୍ଛାରେ ନୀତିକାନ୍ତି ଚଲାଉଥିବା କୁହାଯାଉଛି ।

ମନ୍ଦିର ର ନିତ୍ୟ ଭୋଗ ନିମନ୍ତେ ସ୍ବର୍ଗତ ପୂର୍ଣଚନ୍ଦ୍ର ସାହୁ ଙ୍କ ପ୍ରୟାସ ରେ ୧୫୦ ରୁ ଉର୍ଦ୍ଧ୍ବ ଭକ୍ତ ଙ୍କ ଠାରୁ ଆଦାୟ ହୋଇଥିବା ୧୦୦୦ ଲେଖାଏଁ ଟଙ୍କା ପୂଜକ ମାନଙ୍କ ଅନିଚ୍ଛା ଯୋଗୁଁ ମନ୍ଦିର କାର୍ଯ୍ୟରେ ଲାଗି ପାରି ନଥିବା ଏବଂ ସାଧାରଣରେ ଗୁଞ୍ଜରିତ ଏଭଳି ଅବ୍ୟବସ୍ଥା କୁ ସ୍ବର୍ଗତ ପୂର୍ଣ ସାହୁ ସେହି ସମୟରେ ଆପତ୍ତି କରିଥିବାରୁ ତାଙ୍କୁ ପୂଜକଙ୍କ ଦ୍ଵାରା ଅଭଦ୍ର ବ୍ୟବହାର କରିଥିବା ସୂଚନା ଧୀରେ ଧୀରେ ଭକ୍ତଙ୍କୁ ମନ୍ଦିର ଠୁ ବିମୁଖ କରିଥିବା ସାଧାରଣରେ ଗୁଞ୍ଜରିତ ହେଉଛି ଚର୍ଚ୍ଚିତ ପରିସର ମଧ୍ୟରେ ରହିଛି । ଦେବୋତ୍ତର ବିଭାଗ ଏକ ସରକାରୀ ସଂସ୍ଥା ହୋଥିବା କାରଣରୁ ସେହି ବିଭାଗ ଜରିଆରେ ପାଉଣା ପାଉଥିବା ପୂଜକ ବିଭଗୀୟ କର୍ମଚାରୀ ଅଟନ୍ତି । ଏପରି ସ୍ଥଳେ ସେହି ପୂଜକ ମାନେ ବ୍ୟକ୍ତିଗତ ଭାବେ ଅନ୍ୟ ଏକ ସରକାର ବିଭାଗ ରୁ କିଭଳି ଏକ ସମୟରେ ଦରମା ନେବେ ? ସରକାରଙ୍କ ନିୟମ ଅନୁସାରେ ଜଣେ ବ୍ୟକ୍ତି ଦୁଇଟି ଚାକିରୀ କରିବା ବେ ନିୟମ ହୋଇଥିବା ନିର୍ଦ୍ଦେଶ ଏହି ପୂଜକଙ୍କୁ ଲାଗୁ ହେବ ନାହିଁ କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । ଦୀର୍ଘ ଦିନ ତଳେ ତତ୍କାଳୀନ ତହସିଲଦାର କେ ଅଶୋକ କୁମାର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ରଥଯାତ୍ରା ପରିଚାଳନା ବୈଠକ କରିବା ସମୟରେ ବାଲାଜି ମନ୍ଦିର ର ଉଭୟ ପୂଜକ ମନ୍ଦିର ରେ ପୂଜା କରିବାକୁ ଅସମର୍ଥତା ପ୍ରକାଶ କରିଥିବା ହେତୁ ଜଣେ ନୂତନ ପୂଜକଙ୍କୁ ଉକ୍ତ ଜାଗାରେ ନିଯୁକ୍ତି କରିବା ପରେ ଶ୍ରୀ ସାହୁଙ୍କ ପରିବାର ସେହି ନବ ନିଯୁକ୍ତ ପୂଜକଙ୍କୁ ଗାଳି ଗୁଲଜ କରି ମାରିବାକୁ ଉଦ୍ୟତ ହେବା କାରଣରୁ ସେମାନେ ସେଠାରୁ ର।ତା ରାତି ପଳେଇ ଯାଇଥିବା ଏବେବି ସାଧାରଣରେ ଗୁଞ୍ଜରିତ ହେଉଛି । ଏହି ସମସ୍ତ ଅନିୟମିତତା , ପୂଜକ ମାନଙ୍କ ଦାଦାଗିରି ଏବଂ ମନ୍ଦିର କୁ ନିଜ ପୈତୃକ ସମ୍ପତ୍ତି ଭାବିବା ଭଳି ପରିସ୍ଥିତି କେବଳ ଦେବୋତ୍ତର ବିଭାଗର ଉଦାସୀନତା କାରଣରୁ ଉପୁଜିଥିବା କୁହାଯାଉଛି । ଏପଟେ ଅର୍ଥ ଅଭାଵ ରୁ ଦେବୋତ୍ତର ବିଭାଗ ମନ୍ଦିର ଗୁଡ଼ିକର ଉନ୍ନତି ସାଧବ କରିପାରୁ ନଥିବା ପ୍ରକାଶ ପାଉଥିବା ବେଳେ ସେପଟେ ବିଭାଗ ଅଧୀନରେ ଥାଇ ଦୀର୍ଘ କୋଡିଏ ବର୍ଷ ତଳେ ଲିଜ କ୍ରମରେ ଦିଆଯାଇଥିବା ଦୋକାନ ଗୃହ ଗୁଡିକର ଭଡା ବୃଦ୍ଧି ନକରି ନୀରବ ହୋଇ ଅର୍ଥ ଅଭାବ ବୋଲି ହାତ ଟେକି ବସି ଥିବା ଅପାରଗତା କୁ ସାଧାରଣରେ ନିନ୍ଦା ପ୍ରକଟ କରାଯାଇଛି । ଏସବୁ ସମସ୍ୟା ପ୍ରତି ସମ୍ମାନନୀୟ ଉପଜିଲ୍ଲାପାଳ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Exit mobile version