ରାୟଗଡା ଜିଲ୍ଲାପାଳ ଙ୍କ ଗୁଣପୁର ବ୍ଲକ ଗସ୍ତ ।

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର, ଗୁଣପୁର ବ୍ଲକ ଗସ୍ତ କରି ମରମା ପଞ୍ଚାୟତର କତାଗୁଡା ଆନ୍ଧ୍ର ଓଡିଶା ସୀମା ଚେକ ପଏଣ୍ଟ ପରିଦର୍ଶନ କରିଥିଲେ । ଓଡିଶା ଆନ୍ଧ୍ର ସୀମା ନିକଟରେ ଚାଲିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା କାର୍ଯ୍ୟ ତଦାରଖ କରିଥିଲେ । କାର୍ଯ୍ୟ ଶୀଘ୍ର ଶେଷ କୃଶ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ସୀମା ନିର୍ଦ୍ଧାରଣ ନିମନ୍ତେ ତ୍ରିଶିଳା ପଥର ଚିହ୍ନଟ କରିବା ଓ ଚିହ୍ନଟ ହୋଇ ପାରୁନଥିବା ସମସ୍ତ ସୀମା ନିର୍ଦ୍ଧାରଣ ପଥର ଆଦିର ପୁନଃ ଉଦ୍ଧାର କରିବା ଉପରେ ଗୁରୁତ୍ବ ଦେଇଥିଲେ । ବର୍ତ୍ତମନ ବର୍ଷାଦିନ ଆରମ୍ଭ ହୋଇଥିବା ଯୋଗୁଁ ଶୀଘ୍ର କାର୍ଯ୍ୟ ସରିବା ନିମନ୍ତେ ତହସିଲଦାର ଗୁଣପୁର ଶ୍ରୀ ଶରତ ଚନ୍ଦ୍ର ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ.ସୋନାଲ, ଗୁଣପୁର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗୋରା ଚାନ୍ଦ ଗମାଙ୍ଗ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ, ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *